ଜୟପୁର : ଅରୋଗ୍ୟ ଯୋଗାଉଛି ଆରୋଗ୍ୟବନ। ଏହା ପରିସରରେ ଲାଗିଛି ୧୦୦ରକମର ୪ହଜାର ୪୦୦ ଔଷଧୀୟ ବୃକ୍ଷ । ରାଜ୍ୟ ସରକାରଙ୍କ ସହରାଂଚଳ ବନୀକରଣ ଯୋଜନାରେ ଜୟପୁର ବନଖଣ୍ଡ ପକ୍ଷରୁ ଏହାକୁ ପେନାଙ୍ଗୀ –ଖ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ(ମକାପୁଟ) ଯିବା ରାସ୍ତାରେ କରାଯାଇଛି ଏହି ଅରୋଗ୍ୟ ବନ। ଏହି ପରିସରରେ ଚିରାଚରିତ ଭାବେ ଲାଗୁଥିବା ବୃକ୍ଷ ବଦଳରେ ଲଗାଯାଇଛି ଔଷଧୀୟ ବୃକ୍ଷ। ଏହି ପରିସରରେ ୭୦୦ମିଟରର ଚାଳିବା ରାସ୍ତା ଏବଂ ବସିବା ପାଇଁ ସିମେଣ୍ଟର ଚେୟାର ବି ପଡ଼ିଛି । ସହରର ଲୋକେ ସକାଳୁ ଓ ସଂଧ୍ୟାରେ ଏହି ଆରୋଗ୍ୟବନର ୩ଏକର ପରିଧିରେ ବୁଲି ଔଷଧୀୟ ଗଛ ଗୁଡିକର ପ୍ରାକୃତିକ ବାସ୍ନାରେ ନିଜକୁ ସୁସ୍ଥ ଅନୁଭବ କରିବେ। ଆବଶ୍ୟକ ଅନୁଯାୟୀ ଏହି ଗଛ ଗୁଡିକରୁ ଔଷଧୀୟ ସାମଗ୍ରୀ ବି ନେଇ ପାରିବେ। ଏଭଳି ଲକ୍ଷ୍ୟ ରଖି ଜୟପୁର ବନଖଣ୍ଡ ପକ୍ଷରୁ ଆରୋଗ୍ୟ ବନ ଆରମ୍ଭ କରାଯାଇଛି। ଏହି ୩ଏକର ପରିଧିରେ ଚମ୍ପକ ବନ, ରୁଦ୍ରାକ୍ଷ ବନ, ଅଶୋକ ବନ, ତମାଳ ବନ, ବକୁଳ ବନ, ଚନ୍ଦନ ବଣ, ବିଭିନ୍ନ ଫଳ ବଗିଚା, ମସଲା ଜାତ ଦ୍ରବ୍ୟ ଗଛ ରହିଛି। ସେଭଳି ଆମ୍ବ , ଆମ୍ବଡା, ଆମଳା, ଅଜୁର୍ନ, ଆସନ, ଅଶୋକ, ବାହାଡା, ବଳଦିଆ, ବରା, ବେଲ, ବଣ ଭାଲିଆ, ଚମ୍ପା, ଚନ୍ଦନ, ଚାର, ଦେବଧାରୁ, ଡିମିରୀ, ହଳଦୁ, ହରିଡା, ହିଂଜାଳ, ଜାମୁ, ଜାଫରା, ଜେଉଟ, କଦମ୍ବ, କାଜୁ, କାଂଚନ, କରଂଜ, କଷି, କେନ୍ଦୁ, କୁସୁମ, ମୁଛକୁନ୍ଦ, ମହାଗନି, ମହୁଲ, ନିମ୍ବ, ପଲାସ, ପାଇନ, ସହଜ, ରୁଦ୍ରାକ୍ଷ, ରକ୍ତଚନ୍ଦନ, ନାଗେଶ୍ବର, ଡାଲଚିନି, ସର୍ବମସଲା, ପିସ୍ତାବାଦମ, ଲିଚି, ଲେମ୍ବୁ, ଏପୁଲ, ଗୁଲବଜାମୁନ, ବରକୁଳି, ନାଗଲିଙ୍ଗ ଏଭଳି ୧୦୦ ରମକର ଗଛ ଲଗାଯାଇଛି ବୋଲି କହିଛନ୍ତି ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆ । ସଂପ୍ରତି ପରିବେଶ ପ୍ରଦୁଷିତ ହେବା ସହ ଲୋକେ ଭଲ ଓକ୍ସିଜେନ(ଅମ୍ଲଜାନ) ଟିକକ୍ ସହ ଭଲ ଔଷଧୀୟ ଗୁଳ୍ମ ପାଇ ପାରୁନାହାନ୍ତି। ଯେଉଁ ମହତ ଉଦେଶ୍ୟ ନେଇ ଏହା ଆରମ୍ଭ କରାଯାଇଛି ତାହା ସଫଳ ହେବା ସହ ସହରବାସୀଙ୍କ କାମରେ ଲାଗି ପାରିଲେ ଲକ୍ଷ୍ୟ ସାଧିତ ହେବ।
ଆରୋଗ୍ୟ ଯୋଗାଉଛି ଆରୋଗ୍ୟବନ: ଲାଗିଛି ୧୦୦ରକମର ୪ହଜାର ୪ଶହ ଔଷଧୀୟ ବୃକ୍ଷ
/sambad/media/post_attachments/wp-content/uploads/2021/09/WhatsApp-Image-2021-09-14-at-21.24.26.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)