ବାର୍‌ହା ମାଂସ ସହ ମୁଣ୍ଡ ଜବତ, ଶିକାରୀ ଫେରାର

ଗଁଦିଆ: ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରେ ଆଜି ସକାଳ ସମୟରେ ଉକ୍ତ ଜଙ୍ଗଲରେ ଶିକାରୀ ମାନେ ଜଙ୍ଗଲୀ ବାର୍‌ହାକୁ ବମ୍‌ ସାହାଯ୍ୟରେ ମାରି ଘଟଣା ସ୍ଥଳରେ ତାର ମାଂସକୁ କଟାକୁଟି କରି ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିବା ସମୟରେ ଖବର ପାଇ ଘଟଣା ସ୍ଥଳରେ ଅତର୍କିତ ଭାବରେ ଷଡଙ୍ଗୀ ବନାଅଞ୍ଚଳ ହାତୀସ୍କ୍ୱାର୍ଡ କର୍ମଚାରୀ ଓ ଜଣେ କାର୍ଯ୍ୟରତ ମହିଳା ଫରେଷ୍ଟ ଗାର୍ଡଙ୍କୁ ଦେଖି ଜୀବନ ବିକଳରେ ସେଠାରେ ଥିବା ଶିକାରୀ ମାନେ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ କର୍ମଚାରୀମାନେ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ କର୍ମଚାରୀ ମାନେ ସେଠାରେ ପଡି ରହଥିବା ବାରହାର କଟା ମୁଣ୍ଡ ମାଂସ ଗୋଡ ଦାନ୍ତ ସମେତ ମାଂସ ହାଣିବା ପାଇଁ ବ୍ୟବହୃତ ଦୁଇଟି ଧାରୁଆ ଅସ୍ତ୍ରକୁ ଜବତ କରିଛି।

ଜବତ ୫୭ କେଜି ମାଂସକୁ ଗଁଦିଆ ପ୍ରାଣୀଧନ ଚିକିତ୍ସକଙ୍କର ଉପସ୍ଥିତରେ ପୋତିଦିଆ ଜାଇଅଛି ବନ ବିଭାଗ କର୍ମଚାରୀମାନେ କାର୍ଯ୍ୟାଳୟରେ ଅନେକ ସମୟରେ ଅନୁପସ୍ଥିତି ରହୁଥିବାରୁ ଏହାର ସୁଯୋଗ ନେଇ ଶିକାରୀ ମାନେ ଅବାଧରେ ଏପରି ଅମାନୁଷିକ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର