ରାଇରଙ୍ଗପୁର/ବନେଇକଳା: ରାଜ୍ୟସ୍ତରୀୟ ଷଷ୍ଠତମ ଦେଶକ୍ରମ ପର୍ବର ପ୍ରସ୍ତୁତି ବୈଠକ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବନେଇକଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୁଣ୍ଡୁରିଆ ଗ୍ରାମରେ ଓଡିଶା କୁଡୁମି ସମାଜର ସଭାପତି ନବୀନ କିଶୋର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶକରମ ପର୍ବର ଉପଦେଷ୍ଟା ଡଃ. ପ୍ରତାପ ଚନ୍ଦ୍ର ମହାନ୍ତ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ଦେଶକରମ ପର୍ବ କମିଟିର କର୍ମକର୍ତ୍ତା ତଥା ସଭାରେ ଉପସ୍ଥିତ ଥିବା କୁଡୁମୀ ସମାଜର ମାନ୍ୟଗଣ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ କୁଡୁମାଲୀ ସଂସ୍କୃତି ଓ ପରମ୍ପରାରେ କରମ ପରବ ବିଧି ସଂସ୍କାରର ବୈଜ୍ଞାନିକ ଦୃଷ୍ଟିକୋଣ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ। କିପରି ଗୁଜିଟାଙ୍ଗିରି ଗ୍ରାମରେ ପ୍ରଥମ କରି ଦେଶକରମ ପର୍ବ ଆୟୋଜନ କରିଥିଲେ ତାର ରୂପରେଖ ବର୍ଣ୍ଣନା କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଅଞ୍ଚଳକୁ ଏହାର ପ୍ରଚାର ପ୍ରସାର ନିମନ୍ତେ କିପରି ପ୍ରଯତ୍ନ କରି ପାରିଥିଲେ ସେ ବିଷୟରେ ବିଷଦ ଆଲୋଚନା କରିଥିଲେ।
ସେହିପରି କାଦଡିହା ଦେଶକରମ ସମିତିର ଉପଦେଷ୍ଟା ପ୍ରାକ୍ତନ ପ୍ରଧାନ ଶିକ୍ଷକ ସହଦେବ ମହାନ୍ତ, ରାଇରଙ୍ଗପୁର ଦେଶକରମ ସମିତିର ସମ୍ପାଦକ ମନୋଜ କୁମାର ମହାନ୍ତ, ୪୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତ ରାଇରଙ୍ଗପୁରରେ କିପରି ୨୦୧୮ ମସିହାରେ ଐତିହାସିକ ଦେଶକରମ ପର୍ବକୁ ପୂର୍ଣ୍ଣାଙ୍ଗ ରୂପରେଖ ଦିଆଯାଇ ପାରିଥିଲା। ତା’ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଯଶିପୁର ମାହାର୍ଦାପଳସା ଦେଶକରମ ସମିତିର ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ମଙ୍ଗଳୁରାମ ମହାନ୍ତ ୨୦୧୯ ମସିହାରେ କିପରି ମାହାର୍ଦାପଳସା ଗ୍ରାମରେ ଯଶିପୁର ଅଞ୍ଚଳର ଉଦ୍ୟମୀ କୁଡୁମୀ ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କୁ ନେଇ ଦେଶକରମ ପରବକୁ ସଫଳତାର ସହ ସମ୍ପାଦନ କରିଥିଲେ। ସେ ବିଷୟରେ ଆଲୋକପାତ କରିଥିଲେ।
ଏହି ସଭାକୁ ରାଇରଙ୍ଗପୁର ଦେଶକରମର ବରିଷ୍ଠ ସଦସ୍ୟ ଆଡ଼ଭୋକେଟ ବିଜୟ ମହାନ୍ତ, ସଟପଦ ମହାନ୍ତ, ପ୍ରଭାତ ରଞ୍ଜନ ମହାନ୍ତ, ମାନସ ରଞ୍ଜନ ମହାନ୍ତ, ହେମେନ୍ଦ୍ର ମହାନ୍ତ, ଜ୍ୟୋତିପ୍ରକାଶ ମହାନ୍ତ, ପ୍ରଭାସ କୁମାର ମହାନ୍ତ, ତପନ କୁମାର ମହାନ୍ତ ପ୍ରମୁଖ ଯୋଗଦେଇଥିବା ବେଳେ ବିଶୋଇ ବ୍ଲକ ଧାନା ଗ୍ରାମର ଦିଲ୍ଲୀପ ମହାନ୍ତ, ଅଶୋକ ମହାନ୍ତ, ବାଉତିବେଡା ଗ୍ରାମର ଜୁରୀଲାଲ ମହାନ୍ତ, ବାଙ୍କିଡ଼ି ଗ୍ରାମର ରବି ମହାନ୍ତ, ଅସନା ଗ୍ରାମର ରବୀନ୍ଦ୍ର ମହାନ୍ତ, ରଙ୍ଗାମାଟିଆ ଗ୍ରାମର ପୂର୍ଣ୍ଣ ମହାନ୍ତ, ବନେଇକଳା ଗ୍ରାମର ମନୋଜ ମହାନ୍ତ, ସୁଶାନ୍ତ ମହାନ୍ତ, ସାନଜାମ୍ବିଲ୍ଲା ଗ୍ରାମର ଲୋକନାଥ ମହାନ୍ତ, ଗୁଣ୍ଡୁରିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତ, ଶିବ ଚରଣ ମହାନ୍ତ, ଦେବେନ୍ଦ୍ର ନାଥ ମହାନ୍ତ, କ୍ଷୀରୋଦ ଚନ୍ଦ୍ର ମହାନ୍ତ ତଥା ଗୁଣ୍ଡୁରିଆ ଗ୍ରାମର ଶତାଧିକ କୁଡୁମୀ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ଉପସ୍ଥିତ ଥିବାବେଳେ ଦେଶକରମ ପର୍ବର ଉପଦେଷ୍ଟା ଡ଼ଃ. ପ୍ରତାପ ଚନ୍ଦ୍ର ମହାନ୍ତ ତାଙ୍କ ସ୍ୱରଚିତ କୁଡୁମାଲି ପୁସ୍ତକ ‘କରମ ପର୍ବ’ (ନେଗାଚାରି)କୁ ଶରତ ଚନ୍ଦ୍ର ମହାନ୍ତଙ୍କୁ ସମ୍ବର୍ଦ୍ଧନା ସ୍ୱରୂପ ପ୍ରଦାନ କରିଥିଲେ। ଏହି ଦେଶକରମ ପ୍ରସ୍ତୁତି ବୈଠକକୁ ଗୁଣ୍ଡୁରିଆ ଗ୍ରାମର ଦେବାଶିଷ ମହାନ୍ତ, ସୌମ୍ୟରଞ୍ଜନ ମହାନ୍ତ, ସୁବ୍ରତ କୁମାର ମହାନ୍ତ, ଜଗନ୍ନାଥ ମହାନ୍ତ, କ୍ଷିତୀଶ ଚନ୍ଦ୍ର ମହାନ୍ତ, ରଣଜିତ ମହାନ୍ତ ପ୍ରମୁଖଙ୍କ ସହିତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ସଭା ଶେଷରେ କୁଡୁମୀ ପରମ୍ପରାର ପ୍ରତୀକ ମାଂସଲେଟ ଖାଇ ମାଦଳ, ଢୋଲ ଓ ଧାମସାର ତାଳେ ତାଳେ ଶତାଧିକ କୁଡୁମୀ ସମ୍ପ୍ରଦାୟର ଆବାଳବୃଦ୍ଧ ବନିତା ଝୁମି ଉଠିଥିଲେ।