ରାଇରଙ୍ଗପୁର/ଗୋରୁମହିଷାଣୀଷ: ଓଡ଼ିଶା ସରକାର ଦ୍ବାରା ସାଇବର ସୁରକ୍ଷା ଅଭିଯାନ ରଥ ୨୦୨୩ ମାଧ୍ୟମରେ ଗୋରୁମହିଷାଣୀ ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ କିଭଳି ସାଇବର ଠକ ମାନେ ନିରୀହ ଜନ ସାଧାରଣ ମାନଙ୍କୁ ଠକୁଛନ୍ତି ଓ ସେମାନେ କେମିତି ସାଇବର ଠକ ଠାରୁ ବଞ୍ଚିତ ହୋଇ ପାରିବେ।
ଏ ନେଇ ଗୋରୁମହିଷାଣୀ ଥାନା ଅଧିକାରୀ ଦେବାଶିଷ ଶତପଥୀଙ୍କ ତତ୍ୟବଧାନରେ ଏସଆଇ ହୃଷିକେଶ ନାୟକଙ୍କ ଅଧ୍ୟକ୍ଷତାରେ ଗୋରୁମହିଷାଣୀ ଥାନାରେ ୬ ଅକ୍ଟୋବର ଦିନ ସମସ୍ତ ଅଙ୍ଗନବାଡ଼ି, ପାଚିକା ସହାୟିକା, ବରିଷ୍ଠ ବୁଦ୍ଧିଜିବୀ, ସାମ୍ବାଦିକ, ଆଇନଜୀବୀ ଓ ଗୋରୁମହିଷାଣୀ ଥାନା ଅଧୀନରେ ଥିବା ସମସ୍ତ ଗ୍ରାମବାସୀକୁ ନେଇ ଏକ ବିଶାଳ ସଚେତନତା ରାଲି ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କରାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଅଞ୍ଚଳବାସୀ ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତି ଥିଲେ।