ନିର୍ମାଣ ଶ୍ରମିକ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ

ରାୟଗଡା: ସ୍ଥାନୀୟ ଏକ ଘରୋଇ ହୋଟେଲରେ ନିର୍ମାଣ ଶ୍ରମିକ ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାସଂଘର ସଉାପତି ନିରଞ୍ଜନ ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ନେସନାଲ୍ ଟ୍ରେଡ୍ ୟୁନିଅନ କଂଗ୍ରେସର ଜିଲ୍ଲା ସଉାପତି ଭବାନୀ ଶଙ୍କର ଜେନା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ନେସନାଲ୍ ଫ୍ରଣ୍ଟ ଅଫ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନର ଅଧିକାରୀ ତଥା ବିଜୁ ଶ୍ରମିକ ସାମୁଖ୍ୟର ରାୟଗଡ଼ା ଜିଲ୍ଲା ସଭାପତି ନିରଞ୍ଜନ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସର ଜିଲ୍ଲା ସଭାପତି ବଳରାମ କୁସୁଲିଆ, ଏ. ରାଜୁ, ଖଗେଶ୍ୱର ସିଙ୍ଗ୍, ଗଣେଶ ହିମିରିକା, ରୁନା ନାୟକ, ବିପ୍ଳବ ମହାପାତ୍ର, ଦୟା ନାୟକ, ଅଜୟ ବେନିଆ, ପଂକିର କାଣ୍ଟା, ପବିତ୍ର ବାଗ୍, ତଥା ସହଯୋଗୀ ଏ କରଣ କୁମାର, ସୁନ୍ଦର ରାଓ କାଡ୍ରାକା, ରମେଶ କିଲାକା, ମାନସିଙ୍ଗ୍ ଅଟକା, ପ୍ରଦୀପ ପ୍ରଦାଣ୍ଡପୁ, ମାଧବ ଗରଡ଼ିଆ, ଏ ସମ୍ବୁଲିଙ୍ଗମ୍,  ଧନଂଜୟ କଣ୍ଟା ବଂଶ, ଗଜେନ୍ଦ୍ର ଗୌଡ଼, ରମେଶ ସବର, ଟାଙ୍ଗୁରୁ ବିଡ଼ିକା, ରଞ୍ଜିତ ମାଝୀ, ପ୍ରବଳ ପାଇକ ପ୍ରମୂଖ ଉପସ୍ଥିତ ଥିଲେ। ନିର୍ମାଣ ଶ୍ରମିକ ଭାଇମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ସାମୂହିକ ଭାବେ ଆଲୋଚନା ଚର୍ଚ୍ଚା କରିବା ପରେ ନିର୍ମାଣ ଶ୍ରମିକ କ୍ଷେତ୍ର ତଥା ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ କାମ ବଢି ଯାଇଥିବାରୁ ଅଣ ସଂଗଠିତ ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ମହାସଂଘ ନାମରେ ସଂଘ ଗଠନ କରାଯାଇ ମହାସଂଘର ସମ୍ପ୍ରସାରଣ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା।

ସର୍ବସମ୍ମତିକ୍ରମେ ଏକ ୨୫ ଜଣିଆ କମିଟି ଗଠନ କରାଯାଇଥିଲା ।ନିର୍ମାଣ ଶ୍ରମିକ ଏବଂ ଅଣସଂଗଠିତ ଶ୍ରମିକ ମହାସଂଘ ନମରେ ନାମକରଣ କରାଗଲା। ନବନିର୍ବାଚିତ ପଦାଧିକାରୀ ଓ କର୍ମକର୍ତ୍ତ ମାନେ ହେଲେ ମୁଖ୍ୟ ଉପଦେଷ୍ଟା ଭାବେ ଚିତରଞ୍ଜନ ରାଉତରାୟ, ଯୁଗ୍ମ ମୂଖ୍ୟ ଉପଦେଷ୍ଟା ଭାବେ ଭବାନୀ ଶଙ୍କର ଜେନା, ସଭାପତି ରୂପେ ନିରଞ୍ଜନ ପାତ୍ର, ଉପ ସଭାପତି ଭାବେ ବଳରାମ କୁସୁଲିଆ, ରୁନା ନାୟକ, ଦୟାନାୟକ, ବସନ୍ତ ପାତ୍ର, ପଂକିର କାଣ୍ଟା, ସାଧାରଣ ସମ୍ପାଦକ ଭାବେ ଖଗେଶ୍ୱର ସିଙ୍ଗ୍,ସହ ସମ୍ପାଦକ ଭାବେ ଅଜୟ ବେନିଆ, ଏ କିରଣ କୁମାର, ମୁରଲି ହିମିରିକା, ପବିତ୍ର ବାଗ୍, ମାଧବ ଗରଡ଼ିଆ, କାର୍ଯ୍ୟନିର୍ବାହି ସଦସ୍ୟ ଭାବେ ପ୍ରେମାନନ୍ଦ କୁଲଦିପ, ଧନଞ୍ଜୟ କଣ୍ଟା ବଂଶ, ଗଜେନ୍ଦ୍ର ଗୌଡ଼, ପ୍ରବଳ ପାଇକ, ଟାଙ୍ଗୁରୁ ବିଡ଼ିକା, ପ୍ରଦୀପ ପ୍ରଦାଣ୍ଡପୁ, ରମେଶ କିଲାକା, ରଞ୍ଜିତ ମାଝୀ, ମାନସିଙ୍ଗ ଅଟକା, ମଧୁସୂଦନ କଣ୍ଟା, ରମେଶ କିଲାନୀ, ଅନିରୁଦ୍ଧ ନିମାଲା। ଏହି କମିଟି ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବ। ୩ ବର୍ଷ ପରେ ପୁଣି ପୁର୍ନଃଗଠନ କରାଯିବ। ଆବଶ୍ୟକ ସ୍ଥଳେ ୧ ବର୍ଷ ପରେ କିଛି ଅଦଳ ବଦଳ କରାଯାରେ ବୋଲି ସର୍ବସମ୍ମତିକ୍ରମେ ଗୃହରେ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର