ଜେଏମଏମ ପକ୍ଷରୁ ଧାନର ଅଭାବି ବିକ୍ରି ଓ ଶିମିଳିପାଳ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ

ବାରିପଦା :  ଜେଏମଏମର ଜିଲ୍ଲା ସଭାପତି ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଫାଗୁ ହାଁସଦାଃଙ୍କ ଅଧ୍ୟକ୍ଷତାରେ ଆଜି ଦଳର ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାରେ ଦେଖା ଦେଇଥିବା ଧାନର ଅଭାବି ବିକ୍ରିକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏଥିସହିତ ଧାନର ଅଭାବି ବିକ୍ରି ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଆସନ୍ତା ୩ ଦିନ ମଧ୍ୟରେ ଫାଗୁ ହାଁସଦାଃଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଆଲୋଚନା କରାଯିବ । ଏଥିରେ କୌଣସି ରାସ୍ତା ନ ବାହାରିଲେ ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲାରେ ଥିବା ସମସ୍ତ ଧାନ ମଣ୍ଡିରେ ତାଲା ପକାଇ ଦିଆଯିବାର ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଆଜିକୁ ୨ ସପ୍ତାହରୁ ଅଧିକ ସମୟ ଧରି ଶିମିଳିପାଳ ଜଙ୍ଗଲରେ ଜଳୁଥିବା ନିଆଁକୁ ରାଜ୍ୟ ସରକାର, ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣକୁ ଆଣି ନ ପାରିଲେ ଜେଏମଏମ ପ୍ରତିନିଧି ଦଳ ଶିମିଳିପାଳର କୋର ଅଞ୍ଚଳକୁ ଯାଇ ସ୍ଥିତି ପରଖି ନିଆଁକୁ ଲିଭାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ହାଁସଦାଃ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର