ଖାଦ୍ୟ ନିରାପତ୍ତା ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ କମିଟି ବୈଠକ 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଖାଦ୍ୟ ନିରାପତ୍ତା ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସୂଚନା ଦେଇ ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ୍ କହିଥିଲେ ଯେ ଯେଉଁ ଖାଦ୍ୟ ଯୋଗାଣକାରୀ ସଂସ୍ଥା, ହେଟେଲ୍ ଆଦି ବାର୍ଷିକ ୧୨ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଛନ୍ତି ସେମାନେ ଖାଦ୍ୟ ସୁରକ୍ଷା ନେଇ ଆବଶ୍ୟକ ଲାଇସେନ୍ସ ପାଇଁ ଆବେଦନ କରିବେ । ଏହାଠାରୁ କମ୍ ବ୍ୟବସାୟ କରୁଥିବା ସଂସ୍ଥା ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟରେ ପଂଜୀକରଣ କରିବେ । କରୋନା ମହାମାରୀ ସମୟରେ ଖାଦ୍ୟ ସୁରକ୍ଷା ପାଇଁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟାଧିକାରୀ ଡା ଜୀବନ୍ତ କୁମାର ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ପିଡି ଡିଆର୍ଡିଏ ଦିଗନ୍ତ କୁମାର ରାଉତ, ସମାଜ ମଙ୍ଗଳ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର