ସାବରମତି ଆଶ୍ରମର ସୁରକ୍ଷା ପାଇଁ ବୈଠକ

ଖୋର୍ଦ୍ଧା: ସାବରମତି ଆଶ୍ରମର ସୁରକ୍ଷା ଆଳରେ ଏହାର ଐତିହାସିକ ଭିତ୍ତିଭୂମିକୁ ନଷ୍ଟ ନକରିବା ଓ ଆଶ୍ରମର ମୌଳିକତା ରକ୍ଷା କରିବା ସକାଶେ ଆଜି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଗଡ଼ଖୋର୍ଦ୍ଧା ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତି ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବିଚିତ୍ର ବଡ଼ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ସାବରମତି ଆଶ୍ରମର ମରାମତି ଓ ଆଧୁନିକୀକରଣ ନାମରେ ଏହାର ମୌଳିକତା ନଷ୍ଟ ନକରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଖୋର୍ଦ୍ଧା ଜିଲ୍ଲା ଆବାହକ ରାମଶଙ୍କର ପ୍ରାରମ୍ଭିକ ସୂଚନା ଦେଇଥିଲେ । ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଦେଇଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ ପଟ୍ଟନାୟକ, ଡ ବୃନ୍ଦାବନ ପଣ୍ଡା, ଉମାଶଙ୍କର ପ୍ରସାଦ, ପ୍ରଭାତ କୁମାର ମିଶ୍ର, ହାଜି ନସିମ୍ମୁଦ୍ଦିନ ଖାଁ, ଡ ସୁରେଶ ଛୋଟରାୟ, ଜ୍ଞାନ ରଂଜନ ଦାଶ, ରଣଜିତ ମହାପାତ୍ର, ଶିଶିର କୁମାର ପରିଡ଼ା, ଡ ସୁରଭି ଭଟ୍ଟ, କେଶବ ପରମଗୁରୁ, ସୁଧାକର ମହାପାତ୍ର, ପ୍ରକାଶ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର