ବେସରକାରୀ ଓ କର୍ପୋରେଟ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାରିଚାଳନା ନେଇ ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଥିବା ବିଭିନ୍ନ ବେସରକାରୀ ଓ କର୍ପୋରେଟ୍‌ ହସ୍ପିଟାଲ୍‌ ଗୁଡ଼ିକରେ ସ୍ୱାସ୍ଥ୍ୟ ପରିଚାଳନା ଓ ଚିକିତ୍ସା ସୁବିଧା ନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବେସରକାରୀ ହସ୍ପିଟାଲ୍‌ରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ, ଶିଶୁଙ୍କ ଜନ୍ମକାଳୀନ ଚିକିତ୍ସା, ପ୍ରତିଷେଧକ ଟିକା ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ଏନେଇ ସମସ୍ତ ଘରୋଇ, ବେସରକାରୀ ଓ କର୍ପୋରେଟ୍‌ ହସ୍ପିଟାଲ୍‌ରେ ଗୁଗୁଲ୍‌ ସିଟ୍‌ରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହାସହ ପ୍ରତ୍ୟେକ ହସ୍ପିଟାଲ୍‌ରେ ପ୍ରଜନନ ଓ ଶିଶୁମାନଙ୍କ ଯତ୍ନ ପାଇଁ ହିତାଧିକାରୀ ଚିହ୍ନଟ ନିମନ୍ତେ ଏକ ରେଜିଷ୍ଟାର ପ୍ରଦାନ କରାଯିବ ଏହାସହ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ବେସରକାରୀ ହସ୍ପିଟାଲ୍‌ ସମ୍ପୃକ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବିଭିନ୍ନ ବେସରକାରୀ ହସ୍ପିଟାଲ୍‌ରେ ଡାକ୍ତର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭୁବନେଶ୍ୱର), ଡା ସିଭିଏସ୍‌ଏନ୍‌ ରାଓ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଡା ସୁନୀଲ କୁମାର ଦାଶ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର