ଆଧାର-ଭୋଟର ପରିଚୟପତ୍ର ସଂଯୋଗ ସମୀକ୍ଷା ବୈଠକ

ଖୋର୍ଦ୍ଧା: ଦେଶର ମତଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଆରମ୍ଭ ହୋଇଥିବା ଭୋଟର ପରିଚୟପତ୍ର ଓ ତାଲିକା ସଂଶୋଧନ ଏବଂ ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗ କାର୍ଯ୍ୟକ୍ରମର ଦ୍ୱିତୀୟ ଚରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଜିଲ୍ଲାପାଳ କାର୍ଯ୍ୟାଳୟର ୱସୱାନ କକ୍ଷ ଠାରେ ଏନେଇ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଳାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ସ୍ଥାନରେ ଚାଲିଥିବା ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବିଏଲ୍ଓ ମାନେ ଘରଘର ବୁଲି ଯେଉଁ ତଥ୍ୟ ସଂଗ୍ରହ କରୁଛନ୍ତି ସେନେଇ ବିଡିଓ ଓ ବିଇଓମାନଙ୍କ ସହ ଆଲୋଚନା କରିଥିଲେ।

ଏହାସହ ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା ହୋଇଥିଲା। ୨୮ ତାରିଖରେ ବାଲୁଗାଁରେ ହେବାକୁ ଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ବୁଥସ୍ତରୀୟ ସୁପରଭାଇଜର, ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର