ଖୋର୍ଦ୍ଧା: ଖୋର୍ଦ୍ଧା ପେନସନର୍ସ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଉଦ୍ୟାନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ଆଗାମୀ ଦିନର କାର୍ଯ୍ୟକ୍ରମ ଓ ପରବର୍ତୀ କର୍ମକର୍ତାଙ୍କ ମନୋନୟନ ମଧ୍ୟ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ପ୍ରଥମ ପର୍ଯ୍ୟାୟ ସଭାରେ ଭୀମସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଭପତି ଓ ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ କଲ୍ୟାଣ ସଂଘର ସଭାପତି ସୂର୍ଯ୍ୟମଣୀ ତ୍ରିପାଠୀ ଯୋଗ ଦେଇଥିଲେ। ବିଧାୟକ ସଂଗଠନର କାର୍ଯ୍ୟାଳୟ ନିମନ୍ତେ ଗୃହ ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ, ନିୟମିତ ବୈଠକ କରି ସଦସ୍ୟସଦସ୍ୟାଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ, ଅବସର ଜୀବନକୁ ନିଜ ଗାଁ, ଅଞ୍ଚଳର ଅତୀତର ଇତିହାସ ସମ୍ପର୍କରେ ଗବେଷଣା ଓ ତତ୍ସମ୍ପର୍କିତ ଲେଖା ଆଦି ଲେଖି ପ୍ରକାଶିତ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ତରତୁଆ ଗାଁର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଦେବପ୍ରସାଦ ମଜୁମଦାର ସ୍ୱାଗତ ଭାଷଣ, ସତ୍ୟବାଦୀ ବଳିଆରସିଂହ ଅତିଥି ପରିଚୟ ଓ ସମ୍ପାଦକ ହାଜି ନସିମୁଦ୍ଦୀନ ଖାଁ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଗଠନକୁ ଅଧିକ ସକ୍ରିୟ କରିବାକୁ ମାୟାଧର ମହାଳିକ, ବିମଳଚନ୍ଦ୍ର ଷଡ଼ଙ୍ଗୀ, ବୈକୁଣ୍ଠ ନାଥ ମହାପାତ୍ର, ବିଶ୍ୱନାଥ ଜେନା, ଡଃ. ବୃନ୍ଦାବନ ପଣ୍ଡା, ଈଶ୍ୱର ଚନ୍ଦ୍ର ମଙ୍ଗରାଜ ନିଜ ମତ ଉପସ୍ଥାପନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସଂଗଠନର ନୂତନ କର୍ମକର୍ତା ଚୟନ ହୋଇଥିଲା। ସଭାପତି ଭାବେ ଭୀମସେନ ପ୍ରଧାନ, କାର୍ଯ୍ୟକାରୀ ସଭାପତି ମାୟାଧର ମହାଳିକ, ଉପସଭାପତି ବିମଳଚନ୍ଦ୍ର ଷଡ଼ଙ୍ଗୀ, ଉପଦେଷ୍ଟା ଦେବପ୍ରସାଦ ମଜୁମଦାର ଓ ସତ୍ୟବାଦୀ ବଳିଆରସିଂହ, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ହାଜି ନସିମୁଦ୍ଦୀନ ଖାଁନ, ଯୁଗ୍ମ ସମ୍ପାଦକ ବୈକୁଣ୍ଠନାଥ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଓ ସଦସ୍ୟା ଭାବେ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଶତ୍ରୁଘ୍ନ ବିଷୋଇ, ଶେଖ ସନାଉଲ୍ଲା, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡଃ. ଚପଳା କୁମାରୀ ପଣ୍ଡା, ସାରଥୀ ନାୟକ, ସେବତୀ ଭୂୟାଁ, ବ୍ରଜେଶ୍ୱର ପତି, ବାଇଧର ମିଶ୍ରଙ୍କୁ ମନୋନୀତ କରାଯାଇଥିଲା।