ଦିବ୍ୟାଙ୍ଗ ପ୍ରଶିକ୍ଷକଙ୍କ ବୈଠକ 

ଖୋର୍ଦ୍ଧା: ଦିବ୍ୟାଙ୍ଗଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକଙ୍କ ସଂଗଠନ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡରେସନ୍ ଫର ଦିବ୍ୟାଙ୍ଗର ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବରୁଣେଇ ପୀଠ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିୀ ଅଧ୍ୟକ୍ଷତା କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ରାଜ୍ୟ ଉପସଭାପତି ରୌପ୍ୟରଂଜନ ସାମନ୍ତରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଗଠନର ଉପସଭାପତି ଦେବାଶିଷ ପତି, ସମ୍ପାଦିକ ଶୁଭ୍ରାଙ୍ଗୀ ପ୍ରିୟଦର୍ଶିନୀ, ସଂଯୋଜକ ବିଶ୍ୱବିଜୟୀ ଦାଶ, ସହ ସଂଯୋଜକ ସୁଶୀଲ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଶ୍ୱିନୀ ମୁଦୁଲି, ଆଇଟି ସେଲ୍ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ନୂତନ ସଦସ୍ୟଙ୍କ ଗ୍ରହଣ, ଉଚ୍ଚନ୍ୟାୟାଳୟର ନିର୍ଦେଶାନୁସାରେ ରାଜ୍ୟରେ ପ୍ରତି ବିଦ୍ୟାଳୟରେ ଦିବ୍ୟାଙ୍ଗ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରଦାନ କରିବା ଆଦି ନେଇ ଆଲୋଚନା ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ, ଶିକ୍ଷା ସଚିବ, ଶିକ୍ଷାମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର