ବେରୋଜଗାର ସମସ୍ୟାର ସମାଧାନରେ ରାଷ୍ଟ୍ରୀୟ ରୋଜଗାର ନୀତି ସଂପର୍କିତ ଆଲୋଚନାଚକ୍ର

ମାଲକାନଗିରି: ଦେଶ କି ବାତ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ମାଲ୍ୟବନ୍ତ ହଷ୍ଟେଲ ଠାରେ ବେରୋଜଗାର ସମସ୍ୟା ଓ ତାର ସମାଧାନରେ ରାଷ୍ଟ୍ରୀୟ ରୋଜଗାର ନୀତି ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଭାରତ ଭୟଙ୍କର ରୋଜଗାରର ସମସ୍ୟାକୁ ସାମ୍ନା କରୁଅଛି। ଯାହା ଆମ ସରକାରଙ୍କର ଅଦୁରଦର୍ଶୀ ନୀତି ଓ ଯୋଜନା ପ୍ରଣୟନର ନମୂନା। ଆଜି ସ୍ବାଧୀନତାର ୭୪ ବର୍ଷ ପରେ ବି ଆମ ଦେଶରେ ଏକ ରାଷ୍ଟ୍ରୀୟ ରୋଜଗାର ନୀତି ନାହିଁ। ଯାହା ପ୍ରତ୍ୟେକଙ୍କୁ ରୋଜଗାର ପହଞ୍ଚାଇବାରେ ସହାୟକ ହୋଇଥାନ୍ତା। ଆଣେ ଯଦି ପ୍ରତ୍ୟେକ ବିକଶିତ ଦେଶ ଗୁଡିକୁ ଅନୁଶୀଳନ କରିବା, ଦେଖିବା ସବୁ ଦେଶ ନିଜର ଏକ ରୋଜଗାର ନୀତି ଜରିଆରେ ସେମାନଙ୍କ ନାଗରିକ ମାନଙ୍କୁ ରୋଜଗାର ପହଞ୍ଚାଇବାରେ ସହାୟକ ହୋଇଛନ୍ତି।

ଯାହା ତାଙ୍କ ବିକାଶରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶ କି ବାତ ଫାଉଣ୍ଡେସନ ଦୀର୍ଘ ଏକବର୍ଷ ଧରି ବିଭିନ୍ନ ବର୍ଗର ବିଶେଷଜ୍ଞ ମାନଙ୍କ ସହଯୋଗରେ ରାଷ୍ଟ୍ରୀୟ ରୋଜଗାର ନୀତିର ଏକ ପ୍ରସ୍ତାବିତ ଚିଠା ବିଲ ପ୍ରସ୍ତୁତ କରିଅଛି। ଆଜି ଏଠାରେ ଆୟୋଜିତ ଆଲୋଚନା ଚକ୍ରରେ ଏହି ପ୍ରସ୍ତାବିତ ବିଲ ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ସମାଜର ବିଭିନ୍ନ ବର୍ଗର ବିଜ୍ଞ ବ୍ୟକ୍ତିଗଣ ଯୋଗ ଦେଇ ନିଜ ନିଜର ମତ ଓ ପ୍ରସ୍ତାବ ରଖିଥିଲେ। ଦେଶ କି ବାତ ତରଫରୁ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରୁଥିବା କୁହାଯାଇଛି। ଯାହାଫଳରେ ଆଗକୁ କେନ୍ଦ୍ର ସରକାରଙ୍କୁ ଏହି ଚିଠା ବା ବିଲ ପ୍ରଦାନ କରାଯାଇ ରାଷ୍ଟ୍ରୀୟ ରୋଜଗାର ନୀତି କରିବା ପାଇଁ ଦାବି କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଯୋଜକ ଅଙ୍କିତ ଭରଦ୍ବାଜ, ରାଜ୍ୟ ଶାଖାରୁ ପ୍ରଶାନ୍ତ ରଣସିଂହ, ମାଲକାନଗିରିରୁ ସୁଶାନ୍ତ କୁମାର ସାମଲ, ଅଶ୍ବିନୀ ବିଶ୍ବାଳ, ଚୁମକି ବେହେରା, କେ.ଦେଶୀରାଜୁ ଆଚାରୀ, ସନ୍ତୁ କୁମାର ବିଶ୍ବାସ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର