ରାଇରଙ୍ଗପୁର: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆସନ୍ତା ୨୧ ତାରିଖରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ କୁଡୁମୀସେନା ପକ୍ଷରୁ ୬ ଘଣ୍ଟିଆ ହରତାଳ କରାଯିବ। ଏ ନେଇ ଆଜି କୁଡୁମୀସେନାର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନୀ ମହାନ୍ତଙ୍କ ସଭାପତିତ୍ବରେ ରାଇରଙ୍ଗପୁର ସ୍ଥିତ କୁଚେଇବୁଢ଼ୀ ଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, ରାଇରଙ୍ଗପୁର ସଭାପତି ଭଜହରି ମହାନ୍ତ, ଛାତ୍ରନେତା ବରୁଣ ମହାନ୍ତ, ଆଦିତ୍ୟ ମହାନ୍ତ, ମନୋଜ ମହାନ୍ତ, ତନ୍ମୟ ମହାନ୍ତ, ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ, ପ୍ରେମଲତା ମହାନ୍ତ, ଦୀପିକା ମହାନ୍ତ, ଉର୍ମିଳା ମହାନ୍ତ, ସଂଯୁକ୍ତା ମହାନ୍ତ, ଅଷ୍ଟମୀ ମହାନ୍ତ, ଅନିତା ମହାନ୍ତ, ରଞ୍ଜନା ମହାନ୍ତ, ପାର୍ବତୀ ମହାନ୍ତ, ଅବନ୍ତି ମହାନ୍ତ, ପୁଷ୍ପାଞ୍ଜଳୀ ମହାନ୍ତଙ୍କ ସମେତ ଶତାଧିକ କୁଡୁମୀ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଖୁବ ବର୍ଷି ଥିଲେ।
କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ନିମନ୍ତେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କୁଡୁମୀସେନା ପକ୍ଷରୁ ଦାବି ହୋଇ ଆସୁଛି। ତଥାପି ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ସୁପାରିଶରେ ଜିଲ୍ଲାବ୍ୟାପୀ ହରତାଳ କେନ୍ଦ୍ର ସରକାର ବି କୌଣସି ଉଦ୍ୟମ କରୁ ନାହାନ୍ତି। କେନ୍ଦ୍ର ସରକାର ବି କୌଣସି ଉଦ୍ୟମ କରୁନାହାନ୍ତି। ତେଣୁ ଦାବିକୁ ଜୋରଦାର କରିବା ନିମନ୍ତେ ଆସନ୍ତା ୨୧ ତାରିଖ ସକାଳ ୬ଟାରୁ ୧୨ ପର୍ଯ୍ୟନ୍ତ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ୬ ଘଣ୍ଟିଆ ହରତାଳ କରାଯିବ ଏହାକୁ ସଫଳ କରିବା ନିମନ୍ତେ ସବୁବର୍ଗର ଲୋକ ସହଯୋଗ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତ ନିବେଦନ କରିଛନ୍ତି। ଶେଷରେ ଛାତ୍ରନେତା ବରୁଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG20230311175730.jpg)