ରାୟଗଡା: ରାୟଗଡା ଜିଲ୍ଲାରେ ଚଳିତ ୨୦୨୨-୨୩ ବର୍ଷ ପାଇଁ ରବି ମଣ୍ଡି ଖୋଲିବା ନେଇ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏହି ବୈଠକରେ ଚଳିତବର୍ଷ ରବି ମଣ୍ଡିରେ ସରକାରଙ୍କ ତରଫରୁ ଟାର୍ଗେଟ ଆସିନଥିବା ବେଳେ ଚାଷୀଙ୍କ ଠାରୁ କିନ୍ତୁ ଧାନ ସଂଗ୍ରହ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି। ଆସନ୍ତା ମେ ମାସ ୧୭ ତାରିଖରୁ ରବି ମଣ୍ଡି ଆରମ୍ଭ ହେବ ବୋଲି କୁହାଯାଇଛି। ଆୟୋଜିତ ଏହି ବୈଠକରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସ୍ବଧାଦେବ ସିଂହ, ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଜିଲ୍ଲା କୃଷି ଅଧିକାରୀ ସମେତ ସମସ୍ତ ବ୍ଲକ ଯୋଗାଣ ଅଧିକାରୀ, ଲ୍ୟାମ୍ପସ୍ ଅଧିକାରୀ ମାନେ ଯୋଗ ଦେଇଥିଲେ।

Advertisment

publive-image Sambad

ଚଳିତବର୍ଷ ୧୭୧ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚଳିତବର୍ଷ ୯୮ ହଜାର ୯୮୦ ମ୍ୟାଟ୍ରିକ ଟୋନ ଧାନ ଅମଳ ହୋଇଥିବା କୁହାଯାଇଛି। ରାୟଗଡା ସର୍କିଲର ୪ଟି ଲ୍ୟାମ୍ପସ୍‌ ଏବଂ ଗୁଣୁପୁର ସର୍କିଲର ୭ଟି ଲ୍ୟାମ୍ପସ ଏଥିରେ ଭାଗ ନେବେ। ଗତବର୍ଷ ଖରିଫ ଋତୁରେ ଜିଲ୍ଲାରେ ୨୧ ହଜାର ୧୭୧ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ୧୭ ହଜାର ୯୨୭ ଜଣ ଚାଷୀ ହିଁ ଧାନ ବିକ୍ରି କରିଥିଲେ। ଏହି ମଣ୍ଡିରେ ୧୪ଟି ପେକ୍ସ ଭାଗ ନେଇଥିବା ବେଳେ ୪୨ଟି ସ୍ଥାନରେ ଧାନ ଖରିଦ କରାଯାଉଥିଲା।ତେବେ ଗତ ୨୦୨୧-୨୨ ବର୍ଷରେ ରବି ମଣ୍ଡିରେ ୧୬୨ ଜଣ ଚାଷୀ ୧୧୩୮ ମ୍ୟାଟ୍ରିକ ଟୋନ ଧାନ ବିକ୍ରି କରିଥିଲେ।