କୋରାପୁଟ ଜିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକ:୯ କୋଟି ଟଙ୍କାର ବ୍ୟୟବରାଦ

କୋରାପୁଟ: ରାସ୍ତା ମରାମତି ସହ ଉନ୍ନତିକରଣ ଏବଂ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପରିଷଦ ବୈଠକରେ ପ୍ରାୟ ୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥ ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ‌ାରୀ ହେବ ବୋଲି ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଷାନୀଙ୍କ ସଭାପତିତ୍ୱରେ କୋରାପୁଟ କିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକ ନିଷ୍ପତ୍ତି ହୋଇଛି । ଏହି ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,ପିଡି ଡିଆରଡିଏ ପ୍ରବୀର କୁମାର ନାୟକ,ଏପିଡି ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାୟଜ,ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକଙ୍କ ସମେତ ଜିଲ୍ଲାପରିଷଦର ସମସ୍ତ ସଦଶ୍ୟ ଉପସ୍ଥିତ ଥିଲେ ।

କୋରାପୁଟ ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକର ଆଲୋଚ୍ୟ ବିଷୟ ମଧ୍ୟରେ ୨୦୨୦-୨୧ ଠାରୁ ୨୦୨୨-୨୩ ରାଜ୍ୟ ପଞ୍ଚମ ଅର୍ଥ କମିଶନର ନିର୍ଦ୍ଦେଶାବଳୀ, ସରକାରଙ୍କଠାରୁ ଆସିଥିବା ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆସିଥିବା ତିନିଟି ଫଣ୍ଡର ଆଲୋଚନା ହୋଇଥିଲା। ଏହାସହ କୋରାପୁଟ ଜିଲ୍ଲା ପରିଷଦରେ ଉନ୍ନତୀକରଣ ପାଇଁ ଦ୍ବିତୀୟ କିସ୍ତିରେ ୨ କୋଟି ୪ଲକ୍ଷ ୩୧୦, ରାସ୍ତା ମରାମତି ଓ ଉନ୍ନତୀକରଣ ପାଇଁ ପ୍ରଥମ କିସ୍ତିରେ ୧ କୋଟି ୮୫ ଲକ୍ଷ, ରାସ୍ତା ମରାମତି ଓ ଉନ୍ନତୀକରଣ ପାଇଁ ଦ୍ବିତୀୟ କିସ୍ତିରେ ୧ କୋଟି ୮୫ ଲକ୍ଷ, ୧୫ ତମ ସିଏଫସି ଅନୁଦାନର ପ୍ରଥମ କିସ୍ତିରେ ୨ କୋଟି ୫୧ ଲକ୍ଷ ୬୮ ହଜାର ୭୯୦ ଓ ୧୫ ତମ ସିଏଫସି ଅନୁଦାନର ଦ୍ବିତୀୟ କିସ୍ତିରେ ୨ କୋଟି ୫୧ ଲକ୍ଷ ୬୮ ହଜାର ୭୯୦ ମଞ୍ଜୁର ହୋଇଛି। ମଞ୍ଜୁର ହୋଇଥିବା ଏହି ଅର୍ଥକୁ ଶୀଘ୍ର କାର୍ଯ୍ୟରେ ପରିଶତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର