ପଂଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରାମପଂଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ଶାଖାର କାର୍ଯ୍ୟକାରିଣୀ ବୈଠକ ମା’ବାଟମଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲା ସଭାପତି ରାକେଶ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି, ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ, ସହସମ୍ପାଦକ ସନାତନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୧୦ଟି ବ୍ଲକର ୧୯୦ଟି ପଂଚାୟତରେ କାମ କରୁଥିବା ୧୪୯ଜଣ ପିଅନ, ୧୯ ଜଣ ରାତ୍ରୀ ଜଗୁଆଳୀ, ୭ ଜଣ ସୁଇପର ଅଂଶଗ୍ରହଣ କରିଥିଲେ । କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଷ୍ଟାଇପେଣ୍ଡ ବଦଳରେ ସର୍ବନିମ୍ନ ମଜୁରୀ ପ୍ରଦାନ, ପଂଚାୟତ ନିୟମର ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହାପୂର୍ବରୁ ତିନି ଥର ରାଜ୍ୟ ସରକାରଙ୍କୁ ଲିଖିତ ଦାବି ଦିଆଯାଇଥିବାରୁ ଆଗାମୀ ଦିନରେ ରାଜ୍ୟର ୮୮୨୧ ପଂଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପ୍ରସ୍ତାବ ଆଗତ ହୋଇଥିଲା । ନୀଳମଣି ବାରିକ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର