ଜୟପୁର: ସହରର ବ୍ୟବସାୟୀ ମାନଙ୍କୁ ନେଇ ନୂଆରେ ଆରମ୍ଭ ହୋଇଥିବା ଜୟପୁର ବ୍ୟବସାୟୀ ସଂଘର ବୈଠକ ଆବାହକ ପିକେ ନାୟକଙ୍କ ଆହ୍ବାନକ୍ରମେ ସନ୍ଧ୍ୟା ଫଙ୍କ୍ସନ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତ ବୈଠକରେ ହୋଇଥିବା ଆଲୋଚନାକୁ ନେଇ ସଂଗଠନର ଆଇନ-କାନୁନକୁ ନେଇ ପ୍ରଣୀତ ‘‘ବାଇ-ଲ’’କୁ ଆଜି ସଭ୍ୟମାନେ ଅନୁମୋଦିତ କରିଛନ୍ତି। ଆଗାମୀ ଦିନରେ ବ୍ୟବସାୟୀ ମାନଙ୍କର ସୁରକ୍ଷା, ସାମାଜିକ କ୍ଷେତ୍ରରେ ସେବା ଯୋଗାଇବା ସହ ସହରର ସାମଗ୍ରୀକ ବିକାଶରେ ଭାଗୀଦାର ହେବାକୁ ସଂଗଠନ ପକ୍ଷରୁ ନିଷ୍ପତି ହୋଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲଳିତ ଅଗ୍ରୱାଲ, ସୁଜିତ ପାଣୀ, ଦିନେଶ ଅଗ୍ରୱାଲ, ଜଗଦୀଶ ସାହୁ, ସୁବାସ ସାହୁ, ସୁବାସ ରାଉତ, ସୂର୍ଯ୍ୟ ପଟ୍ଟନାୟକ, କାଳିଚରଣ ଦେବଶର୍ମା, ସଂଜୟ ଜୈନ, ନିଶାନ ପଟ୍ଟନାୟକ, ଅନୁପ ପାତ୍ର, ଦଣ୍ଡପାଣି ପାଢ଼ୀ, ପୂର୍ଣ୍ଣ ପଟ୍ଟନାୟକ, ନିହାର ରଞ୍ଜନ ବିଷୋଇ, ରାମନାଥ ପାଣିଗ୍ରାହୀ, ସରୋଜ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଗୁପ୍ତ ପ୍ରସାଦ ପାଢ଼ୀ, କାଳୁ, ବି.ମୁରଲୀ, ହରିଲାଲ ପଟେଲ, ରଶ୍ମିରଂଜନ ସାଗର, ସଂଜୟ କୁମାର ଅଗ୍ରୱାଲ, ବରୁଣ ଜୈନ, ଅଜାହାର ବୈଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସଂଗଠନକୁ କାର୍ଯ୍ୟନୟନ କରିବା ପାଇଁ ଆଗାମୀ ବୈଠକରେ କର୍ମକର୍ତ୍ତା ମନୋନୟନ କରିବାକୁ ନିଷ୍ପତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/jpr-jypr-byabsayee-sangh-2.jpg)