ଭୁବନେଶ୍ୱର: ଆସନ୍ତାକାଲି(ଶନିବାର) ପୁରୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ଦଶମ ପରାମର୍ଶଦାତା କମିଟି’ ବୈଠକ ଅନୁଷ୍ଠିତ ହେବ ।
ଏହି ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଡ. ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ଦେଶର ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ର ସହ ଜଡ଼ିତ ବିଷୟରେ ବିଚାରବିମର୍ଷ କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Dharmendra-Pradhan.jpg)