ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସିରେ ବୈଠକ

କଟକ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କଟକ ମହାନଗର ନିଗମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଜଳମଗ୍ନ ହୋଇପାରେ ସହର । ତେଣୁ ଜଳ ନିଷ୍କାସନ ପାଇଁ ୨୦୦ ମୋଟର ପମ୍ପ ମୁତୟନ ରହିବା ନିହାତି ଆବଶ୍ୟକ । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ ଏବଂ ଆବଶ୍ୟକ ହେଲେ ୨୫ଟି ନୂତନ ପମ୍ପକୁ ମଧ୍ୟ ମୁତୟନ କରାଯିବ । ଏହାସହ ଜାଇକା କରିଥିବା ବ୍ଳକେଜ ଅବରୋଧକୁ ହଟାଯିବ । ଏବେ ମୁଖ୍ୟ ନାଳରୁ ପଙ୍କ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମେୟର । ବୈଠକରେ ମେୟର ସମେତ କମିଶନର ଓ ଅନ୍ୟାନ୍ୟ ବିଭାଗୀୟ ଅଧକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର