ମେଗା ରକ୍ତଦାନ ଶିବିର: ରକ୍ତଦାନ କଲେ ୧୨୭ ଜଣ ଯବାନ-ପ୍ରତିରକ୍ଷା କର୍ମଚାରୀ

ବାଲେଶ୍ବର/ଚାନ୍ଦିପୁର: ଚାନ୍ଦିପୁର ସ୍ଥିତ ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା(ପିଏକ୍ସଇ)ର ୧୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇ ହସ୍ପିଟାଲରେ ଅନୁଷ୍ଠିତ ଏହି ଶିବିରକୁ ପିଏକ୍ସଇର ନିର୍ଦେଶକ ଡି କେ ଯୋଶୀ ଉଦ୍‌ଘାଟନ କରି ପ୍ରଥମେ ରକ୍ତଦାନ କରିଥିଲେ। ଶ୍ରୀ ଯୋଶୀ ରକ୍ତଦାନ ଯୋଗୁ ରକ୍ତଦାତା ସୁସ୍ଥ ଓ ନିରୋଗ ଜୀବନ ଜୀଇଁଥାଏ। ଏହା ସହିତ ସେହି ରକ୍ତ ଦରକାର ସମୟରେ ବହୁମୂଲ୍ୟ ଜୀବନ ରକ୍ଷା କରିବାରେ ସମ୍ଭବପର ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ୧୨୭ତମ ପ୍ରତିଷ୍ଠା ଦିବସ ପାଳନ ଅଧ୍ୟକ୍ଷ ଡକ୍ଟର ଶଙ୍କର୍ଷଣ ପାଢ଼ୀ, ଲେପ୍ଟନାଣ୍ଟ କର୍ଣ୍ଣେଲ ଆର କେ ବଳ, ମେଜର ଡାକ୍ତର ପି ସୁନ୍ଦରାୟ, ସୁବେଦାର ଏସ୍‌ କେ ୟାଦବ, ଓଡ଼ିଶା ରକ୍ତ କେନ୍ଦ୍ର, ବାଲେଶ୍ବର ଶାଖା ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ବାଳ, ଷ୍ଟାଫ୍‌ ଅଫିସର ସୁଶାନ୍ତ ଜେନା, ଟେକ୍ନିକାଲ ଅଫିସର ସୁଦୀପ କୁମାର ରାଉତ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରୁ ୧୨୭ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଡାକ୍ତର ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ୍‌ ଜଗନ୍ନାଥ ପଣ୍ଡା, ସୌଭାଗ୍ୟବତୀ ପରିଡ଼ା, ମୋନାଲିସା ମହାନ୍ତି, ସହଯୋଗୀ ଅଜୟ ବିନୋଦ ବିହାରୀ ଦାସ ଓ ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଜିତେନ୍ଦ୍ର କୁମାର, ସୁଦୀପ କୁମାର ରାଉତ, ଅଭ୍ୟୁଦୟ ଦାସ, ରବିନାରାୟଣ ମିଶ୍ର, ରଞ୍ଜନ କୁମାର ବାରିକ, ରବିନାରାୟଣ ସାହୁ, ତାପସ ପାଲ, ସଞ୍ଜୟ କୁମାର ଦାଶ, ଚିରଞ୍ଜୀବ ମହାନ୍ତି, ସମ୍ବାଦର ବାଲେଶ୍ବର ସହର ପ୍ରତିନିଧି ମନୋଜ କୁମାର ରାଉଳ, ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ, ଆମ ଓଡ଼ିଶାର ଉତ୍ତର ଓଡ଼ିଶା ସଂସ୍କରଣ ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସମେତ ଗ୍ରୁପ ଏମ୍ପ୍ଲୋଇସ୍‌ ୟୁନିଅନ ଓ ୱାର୍କର୍ସ କମିଟିର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। କ‌ରୋନା କଟକଣାକୁ ମାନି ପିଏକ୍ସଇର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରୟ‌ାସରେ ଏହି ଶିବିରଟି ସଫଳ ହୋଇପାରିଛି।

ସମ୍ବନ୍ଧିତ ଖବର