ଭଦ୍ରକ: ଭଦ୍ରକ ଜିଲ୍ଲାର ଜଣାଶୁଣା ମେଲୋଡି ଗାୟିକା ପ୍ରଭାତୀ ଜେନାଙ୍କର ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ହାଇଛି। ପ୍ରଭାତୀଙ୍କ ଘର ଧାମନଗର ଥାନା ପଦ୍ମପୋଖରୀ ଗ୍ରାରେ ବୋଲି ଜଣାପଡ଼ିଛି। ସେ ଜଣେ ଭଲ କଣ୍ଠଶିଳ୍ପୀ ଥିଲେ। ‘ମେଲୋଡି କୁଇନ୍’ ଭାବେ ଧାମନଗର ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ସେ ଯାଜପୁର ଜିଲ୍ଲାର ପାଣିକୋଇଲିରେ ଆୟୋଜିତ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗତକାଲି ସକାଳେ ଘରକୁ ଫେରି ବିଶ୍ରାମ ନେଇଥିଲେ। ଆଜି ସକାଳେ ପ୍ରଭାତୀଙ୍କୁ ପରିବାରଲୋକେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପାଇ ଧାମନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପ୍ରଭାତୀ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ୍ ସନ୍ଦେହ କରୁଛି କି, ପ୍ରେମ ବ୍ୟାପାର କିମ୍ବା ବିବାହ ନହୋଇ ପାରିବାରୁ ପ୍ରଭାତୀ ଏଭଳି ନିଷ୍ପତ୍ତି ନେଇ ଥାଇ ପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/bhadrak-queen.jpg)