ଜୟପୁର: ଗତ ଦୁଇଦିନ ତଳେ କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡରେ ଥିବା କୁନ୍ଦ୍ରା ଲ୍ୟାମ୍ପର ପୂର୍ବତନ ଶାଖା ପରିଚାଳକ ଶତାଧିକ ଚାଷୀଙ୍କ ଅଗୋଚରରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚାଷୀଙ୍କ ନାଁରେ ଋଣ ନେଇଥିବା ଅଭିଯୋଗ ଉଠିଥିଲା। ଆଜି ସେହି କୁନ୍ଦ୍ରା ଲ୍ୟାମ୍ପ ପରିଚାଳନା କମିଟିର ୯ଜଣ ସଦସ୍ୟଙ୍କ ସହ ଜିଲ୍ଲାପରିଷଦ ଉପଅଧ୍ୟକ୍ଷ ରାଧା ମାଧବ ସାମନ୍ତରାୟ ମଧ୍ୟ ସମାନୁରୁପ ଅଭିଯୋଗ ଆଣିବା ସହ ୩ କୋଟିରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଏମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଡିଆରସିଏସଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହା ସହ ହୋଇଥିବା ଦୁର୍ନିତୀର ତଦନ୍ତ କରିବାକୁ ଭିଜିଲାନ୍ସ ସାଇବର ସେଲ ଦ୍ବାରା କରାଯିବା ପାଇଁ ଦାବି କରିଛନ୍ତି। ୯ଜଣ ଲ୍ୟାମ୍ପ ପରିଚାଳନା କମିଟିର ଅଗୋଚରରେ ଗତ ଫେବ୍ରୁଆରି ୧୭ତାରିଖ ଦିନ ବୈଠକ କରାଯାଇଥିଲା। ବିଭିନ୍ନ ନିଷ୍ପତ୍ତି ନିଆଯିବା ସହ ସରକାରୀ ଅର୍ଥ ବାଟମାରଣା କରାଯାଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ବାତିଲ କରିବାକୁ ଏମାନେ ଦାବି କରି ଜିଲ୍ଲାପାଳ ଓ କେସିସି ବ୍ୟାଙ୍କ ସଭାପତିଙ୍କ ଉଦେଶ୍ୟରେ ପୃଥକ ପୃଥକ ଭାବେ ୨ଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ଭିଜିଲାନ୍ସ ସାଇବର ସେଲ ଦ୍ବାରା ବି ତଦନ୍ତ କରାଯାଉ ବୋଲି ଏମାନେ ଦାବି କରିଚନ୍ତି। ଏଥିରେ ଗତ ୫ବର୍ଷ ହେବ କୁନ୍ଦ୍ରା ଲ୍ୟାମ୍ପର ସାଧାରଣ ପରିଷଦ ବୈଠକ ହୋଇ ନଥିବା, ୭ବର୍ଷ ହେଲା ଅଡିଟ୍ କରାଯାଇ ନଥିବା, ଋଣ ନେଇଥିବା ଚାଷୀଙ୍କ ପାସବୁକ ଓଚେକ ବୁକ ନିଜ ନିକଟରେ ରଖି ଜାଲ କରି କୋଟି କୋଟି ଟଙ୍କାର ଋଣ ଉଠାଇଥିବା, ଖରିଫ ୨୦୨୨-୨୩ ବର୍ଷରେ ୪୦୦ରୁ ଉର୍ଦ୍ଧ୍ବ ଜାଲ କୃଷକଙ୍କ ପଞ୍ଜୀକରଣ କରାଯାଇଥିବା, ସାରକୁ କଳାବଜାର କରି ପ୍ରକୃତ ଚାଷୀଙ୍କୁ ହଇରାଣ ହରକତ କରିଥିବା, ବି-କମ୍ପନେଣ୍ଟ ସକାଶେ ଥିବା ୨୦ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା, ଧାନ କମିଶନ ପିକ୍ସିଡ୍ ଡିପୋଜିଟ୍ ଟଙ୍କା ପରିଚାଳନା କମିଟି ଓ ସାଧାରଣପରିଷଦର ବିନା ଅନୁମୋଦନରେ ଉଠାଇଥିବା, ସଠିକ ସମୟରେ ଜିଏସଟି ଟଙ୍କା ଦାଖଲ ନ କରିବା ଫଳରେ ଏମଡିଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ୧୫ଲକ୍ଷ ଜରିମାନା ବନ୍ଦା ଯାଇଥିବା ଭଳି ଅଭିଯୋଗ ଉଠିଛି।
ଏହା ସହ ଗତ ପେବୃଆରୀ ୧୭ତାରିଖ ଦିନ ବିନା ନୋଟିସ ଓ ବିଜ୍ଞପ୍ତି ଚିଠି ପରିଚାଳନା କମିଟି ସଭ୍ୟଙ୍କୁ ନ ଦେଇ କମିଟି ବୈଠକ କରାଯାଇଥିବା ଦର୍ଶା ଯାଇଛି ଯାହାକି ସମବାୟ ଆଇନର ଉଲଂଘନ ବୋଲି ଏହି ନିର୍ଦେଶକ ମାନେ ଅଭିଯୋଗ କରିଛନ୍ତି। ଉକ୍ତ ବୈଠକରେ କେହି ଯୋଗ ଦେଇ ନଥିବା ବେଳେ ଘରକୁ ଘର ବୁଲି ଦସ୍ତଖତ ନେଇ ବୈଠକ କରାଯାଇଥିବା ଦର୍ଶାଯାଇଛି। ଯାହାର ତଦନ୍ତ କରାଯିବା ସହ ସେଦିନର ସିସିଟିଭି କ୍ୟମେରା ଫୁଟେଜକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡ଼ିଯିବ ବୋଲି ଏମାନେ ଅଭିଯୋଗ କରିଛନ୍ତି। କୁନ୍ଦ୍ରାବ୍ଲକରେ ଗତ ୭ବର୍ଷ ହେବ ବ୍ୟାପକ ଦୁନିର୍ତୀ ଚାଳିବା ସହ ୩କୋଟିରୁ ଉର୍ଦ୍ଧ୍ବ ସରକାରୀ ଅର୍ଥକୁ ହେରଫେର କରାଯାଇଥିବାରୁ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଏହା ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ବୋଲି କହିଛନ୍ତି ପରିଚାଳନା କମିଟି ସଭ୍ୟ ନରେନ୍ଦ୍ର ପ୍ରଧାନ। ଗତ ୭ବର୍ଷରୁ ଏବେ ପର୍ଯ୍ୟନ୍ତ ରହି ଆସିଥିବା ଏମଡି ମାନେ କରିଥିବା ମହାଦୁର୍ନିତୀର ଖୁଲାସା ନ କରିଲେ ଆଗାମୀ ଦିନରେ ଚାଷୀ ମାନଙ୍କୁ ନେଇ ଆନ୍ଦୋଳନ ଜୋରଧାର କରାଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/jpr-drcs-kundura-lamp-3.jpg)