ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ୪ଟି ଉପଖଣ୍ଡ ମଧ୍ୟରୁ ଆଦିବାସୀ ବହୁଳ ବିଶିଷ୍ଟ ଓ ଖଣିଜସମ୍ପଦ ଭରା ବାମନଘାଟି ଉପଖଣ୍ଡ । ଏହି ଉପଖଣ୍ଡରେ ସର୍ବାଧିକ ଆଦିବାସୀ ଓ ସର୍ବାଧିକ ରାଜସ୍ବ ସରକାର ଏହି ଉପଖଣ୍ଡରୁ ହିଁ ଆଦାୟ କରିଥାନ୍ତି । ଏହା ସତ୍ୱେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧିଙ୍କ ଅପାରଗତା ଯୋଗୁଁ ସ୍ଥାନୀୟ ସାଧାରଣ ଜନତା ସ୍ୱାସ୍ଥ୍ୟ ଭଳି ଜରୁରୀ ମୌଳିକ ସୁବିଧା ପାଇବାରୁ ମଧ୍ୟ ବଞ୍ଚିତ ରହିଆସୁଛନ୍ତି ବୋଲି ଭଞ୍ଜସେନା ଅଭିଯୋଗ କରିଛି । ଏନେଇ ଆଜି ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା,ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବିପତ୍ର ପ୍ରଦାନ ,ବିକ୍ଷୋଭ ,ବନ୍ଦ ପାଳନ, ସମଗ୍ର ଉପଖଣ୍ଡରେ ସାଇକେଲ ରାଲି ସହିତ ବାରିପଦାସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ବହୁ ଉପାୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ହକକୁ ହାସଲ କରିବା ପାଇଁ ଆନ୍ଦୋଳନ ଜାରି ରଖିଛି । ବର୍ତ୍ତମାନର ପରିସ୍ଥିତିରେ ବାମନଘାଟି ଉପଖଣ୍ଡ ସ୍ୱାସ୍ଥ୍ୟ ସମସ୍ୟା ଜଟିଳରୁ ଜଟିଳତମ ହେବାର ଦେଖି ଆଜି ଭଞ୍ଜସେନା,ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ ଏବଂ ଶେଷରେ ଅଧିକ୍ଷକଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି |
ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଉପାଧ୍ୟକ୍ଷ ମହମ୍ମଦ ଅଲ୍ଲୀ ଖାନ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ବାମନଘାଟି ଉପଖଣ୍ଡ ସଂଯୋଜକ ଅଞ୍ଜନ ବରାଳ,ଜିଲ୍ଲା ମହିଳା ସଭାନେତ୍ରୀ କନିକା ବୋଷ, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସନ୍ତୋଷ ଗିରି,ଜିଲ୍ଲା ଉପସଭାପତି ଇଂ ରମଜାନ ବେଗ,ଜିଲ୍ଲା ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ହେମ୍ବ୍ରମ,ଜିଲ୍ଲା ମହିଳା ଶାଖା ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ,ବାମନଘାଟି ଉପଖଣ୍ଡ ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ, ଭାଗବତ ହେମ୍ବ୍ରମଙ୍କ ସହିତ ଉପଖଣ୍ଡର ବହୁ ଯୁବଛାତ୍ର ସଂଗଠକ ମାନେ ଉପସ୍ଥିତ ରହି ଯଥାଶୀଘ୍ର ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବ ବୋଲି ଉପଖଣ୍ଡ ଆଦିବାସୀ ଶାଖା ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି