ଜୟପୁର: କୋରାପୁଟ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ବରାଜ ରଥଙ୍କୁ ପ୍ରଦାନ କରିଛନ୍ତି। ଶୁକ୍ରବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରିବେ। ୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଦାବି ଗୁଡିକ ମଧ୍ୟରେ ଗ୍ରାମ୍ୟ କୃଷି କର୍ମଚାରୀ ପଦବୀର ନାଁ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ରଖାଯିବା, ଗ୍ରେଡ ପେ ୨୦୦୦ରୁ ୪୨୦୦କୁ ବୃଦ୍ଧି କରିବା, ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଚୁକ୍ତିଭିତ୍ତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ ଗୋଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା, ପଞ୍ଚାୟତ ବା ବ୍ଲକ ଠାରେ କାର୍ଯ୍ୟାଳୟ ସହ ସରକାରୀ କମା ପାଇଁ କମ୍ପ୍ୟୁଟର, ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କରିବା, ଓ ସଂଶୋଧିତ ଜବ ଚାର୍ଟ ଘୋଷଣା କରିବା ଆଦି ରହିଛି।
ସ୍ମାରକପତ୍ର ପ୍ରଦାନ ବେଳେ ସଭାପତି ସତ୍ୟଭାମା ନାୟକ, ସମ୍ପାଦକ ଜାମି ଅନିଲ କୁମାର, ମୁନି ମିଞ୍ଜ, ବନିତା ପ୍ରଧାନ, ରଶ୍ମିତା ପଣ୍ତା, ଜୟଲତା ମାଝୀ, କୁନ୍ତି ମାଝୀ, ସୁଶାନ୍ତ କୁମାର ମିଶ୍ର, ସୁବାସ ଖରା, ଶୁଭେନ୍ଦୁ କୁମାର ଦାଶ, ଦୁର୍ଗା ପ୍ରସାର ତୋରାସିୟା, ଶଶିକଳା ସିଂହ, ସୁନିତା ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ।