ଖୋର୍ଦ୍ଧା: ଭାରତର ମହାନ ସଂସ୍କୃତିକୁ ନଷ୍ଟ କରିବାକୁ ବିଦେଶୀ ଶକ୍ତିଙ୍କ ପ୍ରୋରଚନାରେ କେତେକ ସଂଗଠନ ସମଲିଙ୍ଗି ସମ୍ପର୍କକୁ ବିବାହର ମର୍ଯାଦା ଦେବା ପାଇଁ ଉଚ୍ଚତମ ନ୍ୟାୟାଳୟରେ ମାମଲା ରୁଜୁ କରିଛନ୍ତି। ବହୁ ପୂର୍ବରୁ ବିଦେଶୀ ଶିକ୍ଷା ବ୍ୟବସ୍ଥାରେ ଦେଶର ପାରିବାରିକ ପବିତ୍ରତା ଓ ଏକତା ନଷ୍ଟ ହୋଇଛି ବର୍ତମାନ ଏହି ସମଲିଙ୍ଗୀ ସମ୍ପର୍କକୁ ବିବାହର ସ୍ୱୀକୃତି ମିଳିଲେ ଦେଶର ସଂସ୍କୃତିର ମୂଳପିଣ୍ଡ ପରିବାର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ବୋଲି ଅଭିଯୋଗ କରି ଖୋର୍ଦ୍ଧା ଓ ଆଖପାଖ ଅଂଚଳର ଶିକ୍ଷୟିତ୍ରୀମାନେ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ବିଭିନ୍ନ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଏକ ସମୂହ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ। ସେଠାରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ।
ଏଥିରେ, ଦେଶରେ ଅନେକ ପୀଡ଼ିତଙ୍କ ଅଧିକାର ହନନ ହୋଇ ହଜାର ହଜାର ମାମଲା ଉଚ୍ଚତମ ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ କାହିଁକି ସେସବୁକୁ ପଛରେ ପକାଇ ନ୍ୟାୟାଳୟ ଏହି ସମଲିଙ୍ଗୀ ବିବାହକୁ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଶୁଣାଣି କରୁଛି ବୋଲି ପ୍ରଶ୍ନ କରିଛନ୍ତି। ଭାରତରେ ଏକ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ବିବାହକୁ ପବିତ୍ର ବନ୍ଧନ ଓ ସନ୍ତାନ ଉତ୍ପତି ପାଇଁ କାହିଁ କେଉଁ କାଳରୁ ଚାଲି ଆସିଥିବା ବେଳେ ଏହି ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରାଯାଉଛି ବୋଲି ସ୍ମାରକପତ୍ରରେ ଅଭିଯୋଗ କରିଛନ୍ତି। ଏହାସହ ଦେଶରେ ତୃତୀୟଲିଙ୍ଗ, ସମଲିଙ୍ଗୀଙ୍କ ସମାନ ଅଧିକାର ସୁରକ୍ଷା ଆଇନ ରହିଥିବା ବେଳେ ଉଚ୍ଚତମ ନ୍ୟାୟାଳୟ ଏହାକୁ ବିବାହର ମର୍ଯାଦା ଦେବାକୁ ଉଦ୍ବିଗ୍ନ ହେବା ସନ୍ଦେହଜନକ ବୋଲି ଦର୍ଶାଇ ଉଚ୍ଚତମ ନ୍ୟାୟାଳୟର ଏଭଳି ପଦକ୍ଷେପ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହାର ଏକ କପି ରାଜ୍ୟପାଳଙ୍କୁ ମଧ୍ୟ ପ୍ରଦାନ କରିଥିବା ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-samalingi-bibha-biridhare-dabipatra.jpeg)