ରାୟଗଡା: ରାୟଗଡ଼ା ଜିଲ୍ଲାରେ ଅନେକ ସରକାରୀ କାର୍ଯ୍ୟାଳୟରେ ଅଧିକାଂଶ ଡ଼୍ରାଇଭର ଠିକା, ଏନ୍ଏମ୍ଆର୍, ଡିଏଲ୍ଆର୍ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରାୟ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରୁଥିବା ବେଳେ କିଛି ଡ଼୍ରାଇଭର ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟକାରୀ ଆସୁଛନ୍ତି। ଯାହାକି ସେମାନଙ୍କ ପରିବାର ଭରଣପୋଷଣ କଷ୍ଟକର ହେଉଥିବା ବେଳେ ଅଧିକାଂଶ ସମୟରେ ନିଜ ପୁଅ ଝିଅଙ୍କ ଉଚ୍ଚ ଶିକ୍ଷା ଦେବାରେ ଅକ୍ଷମ ହେଉଛନ୍ତି। ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମନ୍ତ୍ରୀ କହିଛନ୍ତି କୋରନା ଭଳି ମହାମାରୀ ସମୟରେ ଦିନ ରାତ୍ର ଏକ କରି ନିଜ ଜୀବନକୁ ପାଣି ଛଡେଇ ସେବା ଯୋଗେଇ ଆସିଛୁ କିନ୍ତୁ ଆଜି ପର୍ଯ୍ୟନ୍ତ ଠିକା ମୋଟର କର୍ମଚାରୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଉ ନାହାନ୍ତି ସରକାର।

Advertisment

ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାୟଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଠିକା କର୍ମଚାରୀଙ୍କୁ ନିୟମିତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଏକ ଦାବିପତ୍ର ସଙ୍ଘ ତରଫରୁ ଦିଆଯାଉଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏହି ଦାବିପତ୍ର ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ପ୍ରଦାନ କରଯାଇଥିଲା। ଏହି ଦାବି ଗୁଡିକ ପୂର୍ଣ୍ଣ ନହେଲେ ସଙ୍ଘ ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନେବା ବୋଲି ସୂଚନା ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ମଦନ ମୋହନ ବାଉରି, ବି ଅପ୍ପା ରାଓ, ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।