ରାୟଗଡା: ରାୟଗଡା ସଦର ମହକୁମାରେ ସୋମବାର ହିନ୍ଦୁ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଗତ ପଣା ସଂକ୍ରାନ୍ତିରେ ସମ୍ବଲପୁରଠାରେ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ହିନ୍ଦୁ ସମାଜର ଶତାଧିକ ମହିଳା ପୁରୁଷ ଗଜପତି ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜେହାଦୀ ଆତଙ୍କବାଦୀ ମୁର୍ଦାବାଦ ନାରା ଦେଇ ଏହି ଆତଙ୍କବାଦୀ ମାନଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ। ଜଣେ ଆଦିବାସୀ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର ନ କରାଯାଇ ରାତି ଅଧରେ ପୋଡି ଦିଆଯାଇଥିଲା। ହିନ୍ଦୁ ଏକତାକୁ ନଷ୍ଟ କରିବା ପାଇଁ ଜେହାଦୀଙ୍କ ଏହା ଏକ ଚାଲ ବୋଲି ଅଭିଯୋଗ କରାଯାଇଥିଲା।
ସମ୍ବଲପୁର ଠାରେ ଯେଉଁ ଘଟଣା ଘଟିଲା ତାହା ନିନ୍ଦନୀୟ ବୋଲି ହିନ୍ଦୁ ସମାଜ ସହିଛି। ଜଣେ ହିନ୍ଦୁ ଭାଇର ଜୀବନ ଯିବା ଆମ ପାଇଁ ଏକ ଚେତାବନୀ। ଏବେ ଠାରୁ ଆମେ ଏକତ୍ର ନହେଲେ ଆଗକୁ ହିନ୍ଦୁ ସମାଜ ଲୋପ ପାଇବ ବୋଲି କୁହାଯାଇଛି। ହିନ୍ଦୁଙ୍କୁ ଯଦି ସୁରକ୍ଷା ନମିଳିବ ତେବେ ଆମେ କେଉଁଆଡେ ଯିବୁ ବୋଲି ପ୍ରଶ୍ନ କରିଥିଲେ। ତେଣୁ ଆମେ ଏହାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଜେହାଦୀ ଆତଙ୍କବାଦୀ ମାନଙ୍କୁ ଗିରଫ କରିବା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସମାଜ ଦାବି କରିଛି। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।