ଗାଁ ସାଥୀ ଗର୍ଜିଲେ, ନୂଆ ରଖନି କି ପୁରୁଣାଙ୍କୁ ବାହାର କରନି

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବାରଟି ପଞ୍ଚାୟତର ପ୍ରାୟ ଶହେରୁ ଅଧିକ ଗାଁ ସାଥୀ ଆଜି ଆର୍ମୀ ପଡ଼ିଆ ଠାରୁ ବାହାରି ରାଇକିଆ ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ। ଗାଁ ସାଥୀ ଜ଼ିନ୍ଦାବାଦ ଆମର ଦାବି ରାଜ୍ୟ ସରକାର ତୁମେ ମାନିନୀୟ ଏମିତି ଅନେକ ନାରାବାଜି କରି ଦୁଇ ଲାଇନରେ ଠିଆ ହୋଇ ଶାନ୍ତି ଶୃଙ୍ଖଳା ସହ ପଦଯାତ୍ରା କରିବା ଦେଖିବାକୁ ମିଳିଛି। ସେମାନଙ୍କର ଦାବି ହେଉଛି ପୁରୁଣା ଗାଁ ସାଥୀକୁ ବାହାର କରାଯିବ ନାହିଁ, ନୂତନ ଭାବେ କୌଣସି ଗାଁ ସାଥି ନିଯୁକ୍ତି ଦିଆଯାଇ ପାରିବ ନାହିଁ। ରାଇକିଆ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟ, ଜିଲ୍ଲାପାଳ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରେଇଥିଲେ।

ହାଇକୋର୍ଟ ଉକ୍ତ ଦାବି ଉପରେ ମାମଲା ବିଚାର କରି ଏହା ସ୍ଥଗିତ ରଖିଥିବା ସୂଚନା ରହିଛି। ଏହି ଦାବି ପତ୍ର ଦେବା କାର୍ଯ୍ୟକ୍ରମରେ ସଭାପତି ସୁକାନ୍ତ କୁମାର ଦିଗାଲ ଓ ସମ୍ପାଦକ ରବି କୁମାର ପ୍ରଧାନଙ୍କ ସହ ସବୁ ପଞ୍ଚାୟତର ପ୍ରାୟ ଶହେରୁ ଅଧିକ ଗାଁ ସାଥୀ ଉପସ୍ଥିତ ଥିଲେ। ଯଦି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦାବି ପୂରଣ ନ ହୁଏ ତେବେ, ଆଗାମୀ ଦିନରେ ନିଶ୍ଚୟ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ଯିବୁ ଏବଂ ରାଜରାସ୍ତାକୁ ଉଲ୍ଲାଇବୁ ବୋଲି ଗାଁ ସାଥୀ ଦଳ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର