ବାରିପଦା: ମୟୂରଭଂଜ ଜିଲ୍ଲାରେ ଜନଜାତି ଶିକ୍ଷାର ଉନ୍ନତିକରଣ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାରିପଦା ପକ୍ଷରୁ କେନ୍ଦ୍ର ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏକ ପ୍ରସ୍ତାବ ଦସ୍ତାବିଜ ପ୍ରଦାନ କରାଯାଇଛି। ମୟୂରଭଂଜକୁ ଓଡ଼ିଶାର ଜନଜାତି ଶିକ୍ଷା ରାଜଧାନୀରେ ପରିଣତ କରିବା ଦିଗରେ ସଂଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି।
ଏଥିସହିତ ଜିଲ୍ଲାରେ ଏକ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ଜିଲ୍ଲାରେ ଏକ ରାଜ୍ୟସ୍ତରୀୟ ଜନଜାତି ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଗଲେ ଜନଜାତି ଭିତ୍ତିକ ଗବେଷଣା ନିମନ୍ତେ ମୟୂରଭଂଜ ଏକ ଉତ୍ତମ କ୍ଷେତ୍ର ହେବ ବୋଲି ସଂଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜିଲ୍ଲାର ଏକମାତ୍ର ବିଶ୍ୱବିଦ୍ୟାଳୟ ହେବା କାରଣରୁ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା ବିଭାଗ ସମେତ ସେଲ୍ଫ ଫାଇନାନସିଂ ଭାବରେ ଚାଲୁଥିବା ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗକୁ ନିୟମିତ କରାଯିବାର ଆବଶ୍ୟକତା ସମ୍ପର୍କରେ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ରାଜ୍ୟ ସହସମ୍ପାଦକ ଗୋପୀନାଥ ଟୁଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଂଶୁମାନ ମହାରଣା, ଜିଲ୍ଲା ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ, ନଗର ସମ୍ପାଦକ କ୍ଷୀରୋଦ ପଣ୍ଡାଙ୍କ ସମେତ ସାଇରଞ୍ଜନ ଲେଙ୍କା, ଅନନ୍ତ ମୁର୍ମୁ, ଅଙ୍କିତା ଦାସ, ସସ୍ମିତା ବାରିକ, ଆର୍ଶୀ ନାଜ, ହରପ୍ରିୟା ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/IMG20210911060624.jpg)