କୁଜଙ୍ଗ/ଜଗତସିଂହପୁର ଟାଉନ୍: ରାଜ୍ୟ ସରକାର ଖୁବ୍ ଶୀଘ୍ର କୁଜଙ୍ଗ ସନ୍ତରା ନିକଟରେ ମହାନଦୀ ଉପରେ ଏକ ବୃହତ ବ୍ୟାରେଜ୍ ନିର୍ମାଣ କରିବାକୁ ଯାଉଛନ୍ତି। ଆଜି ଜିଲ୍ଲା ମୁଖ୍ୟାଳୟ ସମେତ ସମସ୍ତ ଆଠଟି ବ୍ଲକ୍ର ଚାଷୀ, ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଏହି ବ୍ୟାରେଜ୍ ନିର୍ମାଣ ସମ୍ପର୍କରେ ଦାବି ଉପସ୍ଥାପନ ପରେ ପ୍ରସ୍ତାବିତ ଏହି ୫୬୦ କୋଟି ଟଙ୍କାର ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି। ବ୍ୟାରେଜ୍ ନିର୍ମାଣ ହେଲେ ଜଗତସିଂହପୁର ସମେତ ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ା ଓ କଟକର ଚାଷୀ ଏବଂ ଶିଳ୍ପ ପାଇଁ ଜଳ ସମସ୍ୟା ଦୂର ହେବ ବୋଲି କୁହାଯାଉଛି। ଆଜି ବ୍ୟାରେଜ୍ ନିର୍ମାଣ ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ଓସ୍ବାନ୍ ହଲ୍ରେ ବାଲିକୁଦା–ଏରସମା ବିଧାୟକ ତଥା ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିେର୍ତ୍ତାଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସମେତ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ତେବେ ଭର୍ଚୁଆଲ ମାଧ୍ୟମରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପ୍ରାୟ ସମସ୍ତ ପ୍ରତିନିଧି ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଜଣାଇଥିଲେ। ଏହି ବ୍ୟାରେଜ୍ ନିର୍ମାଣ ଜଗତସିଂହପୁର ଭଳି ଏକ କୃଷି ପ୍ରଧାନ ଜିଲ୍ଲାର ଚାଷୀମାନେ ଉପକୃତ ହେବେ। ଶିଳ୍ପ ଓ କୃଷି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ପାଣି।
ଜିଲ୍ଲାରେ ପିଇବା ପାଇଁ ପାଣିର ସମସ୍ୟା ରହିଛି। ବ୍ୟାରେଜ୍ ନିର୍ମାଣ ହେଲେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଗମନା ଗମନର ବାଟ ଅଧିକ ମଜବୁତ ହେବ। ପାରାଦୀପରେ ଥିବା ଶିଳ୍ପ ଏବଂ ଆଗାମୀ ଦିନରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ଶିଳ୍ପ ପାଇଁ ମଧ୍ୟ ଏହି ବ୍ୟାରେଜ୍ର ଆବଶ୍ୟକତା ରହିଛି। ବ୍ୟାରେଜ୍ ହେଲେ ସମୂଦ୍ରକୁ ଚାଲି ଯାଉଥିବା ମହାନଦୀର ପାଣିକୁ ଅଟକା ଯାଇ ପାରିବ। ଏହା ଦ୍ବାରା ଏହାର ଦୁଇ କଡ଼ରେ ସାଲାଇନ୍ ପାଣି ବନ୍ଦ ହେବ ବୋଲି ୫ଟିଙ୍କ ଆଗରେ ନେତା, ବୁଦ୍ଧିଜୀବୀ ଓ କୃଷକ ମତ ରଖିଥିଲେ। ଏହାକୁ ଆଖି ଆଗରେ ରଖି ଜଗତସିଂହପୁର ଓ କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦିନର ଦାବି କଟକ ଓ ମୁହାଣ ମଝିରେ ଏକ ବ୍ୟାରେଜ୍ ନିର୍ମାଣ ସମସ୍ୟା ଦୂର ହେବ। ପରେ ୫ଟି ସଚିବ ମୁଖ୍ୟମନ୍ତ୍ରୀ ଏବାବଦରେ ଖୁବ୍ ଶୀଘ୍ର ଖୁସି ଖବର ଶୁଣାଇବେ ବୋଲି କହିଥିଲେ।
ପାରାଦୀପ ନିର୍ବାଚନ ମଣ୍ତଳୀର ମଙ୍ଗରାଜପୁର, ବିଶ୍ବାଳୀ, ଭୂତମୁଣ୍ତାଇ, ଫତେପୁର, ଗଣ୍ତକିପୁର, ଗୋପିଆକୁଦ, ଜିଲ୍ଲାନାସୀ, ମହ୍ଲାସାହୀ ଆଦି ପଂଚାୟତରେ ସ୍ଥାନୀୟ ଲୋକମାନ ଭୂତଳ ଜଳ ପାନୀୟ ଉପଯୋଗୀ ହେଉନଥିବାରୁ ଜଳକଷ୍ଟ ଭୋଗୁଛନ୍ତି। ଏହି ଭର୍ଚୁଆଲ ବୈଠକ ବେଳେ କୁଜଙ୍ଗ ବ୍ଳକ ପରିସର ବୈଠକ ହଲ୍ରେ ସ୍ମୃତି ରଞ୍ଜନ ବେହେରା, ଯୁବ ସଙ୍ଗଠନ ଅରୁପ୍ରସାଦ ମହାନ୍ତ(ପିଂଟୁ) ଭାରତଭୂଷଣ ନାୟକ, ବିପିନ ତ୍ରିପାଠୀ, ମଦନମୋହନ ସ୍ବାଇଁ, ପୁଷ୍ପଲତା ବେହେରା, ଜିଲ୍ଲାପରିଷଦ ସଭ୍ୟା ନମିତା ପରିଡା, ସାସଂଦ ପ୍ରତିନିଧି ସୁଢଳ କୁମାର ସ୍ବାଇଁ, ବିଧାୟକ ପ୍ରତିନିଧି ନୀରଞ୍ଜନ ପ୍ରଧାନ, ମାନଭଞ୍ଜନ ମଲ୍ଲ, ମହେଶ୍ବର ଦାସ, ନନ୍ଦିନୀ ପଣ୍ତା, ପ୍ରଭାତୀ ଦାଶ, ପୂର୍ବତନ ସରପଂଚ ସଞ୍ଜୟ କୁମାର ସ୍ବାଇଁ, ସବେର୍ଶ୍ବର ସ୍ବାଇଁ, ଯୋଗେନ୍ଦ୍ର ସ୍ବାଇଁ, ଦୁଷ୍ମନ୍ତ ମାଝୀ, ମାନସ ପରିଡା, ଶାରଦାପ୍ରସନ୍ନ ଦାସ, ପଦ୍ମନାଭ ସାହୁ,ବିଚିତ୍ରାନନ୍ଦ ପ୍ରଧାନ, ରଞ୍ଜିତ ପଣ୍ତା, ବିଚ ସାମଲ, ଟିକନ ଖଟୁଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/JSP-TWN-SANTARA-KU-SABUJA-SANKETA-NEWS-22072021_6.jpg)