ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର 

ଖୋର୍ଦ୍ଧା: ୨୦୨୧-୨୨ ଖରିଫ ଋତୁରେ ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଯୋଗାଣ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଖରିଫ ଧାନ ସଂଗ୍ରହ ଶେଷ ହୋଇଯାଇଛି, କିନ୍ତୁ ଯୋଗାଣ ବିଭାଗ ନିଜର ପ୍ରତିଶ୍ରୁତି ପାଳନ କରିନାହିଁ। ଏହାର ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଆଜି ସଂଘର ଜିଲ୍ଲା ସଂପାଦକ ସୁରେଶ ଚନ୍ଦ୍ର ମାନସିଂହ ଓ ଅନ୍ୟ କର୍ମକର୍ତା ମାନେ ଜିଲ୍ଲାପାଳଙ୍କୁ ଏନେଇ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ସମ୍ପର୍କରେ ଶ୍ରୀ ମାନସିଂହ କହିଛନ୍ତି ଯେ ୧୭ ମାର୍ଚ୍ଚରେ ନବ ନିର୍ମାଣ କୃଷକ ସଂଘ ଓ ବିଭିନ୍ନ ସୋସାଇଟିର ପଂଜୀକୃତ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି କରି ପାରିନଥିବା ନେଇ ୩ ଦିନ ଧରି ଧାରଣା ଦେଇଥିଲେ।

ଏହାପରେ ୧୦ ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ଓ ସେମାନଙ୍କ ଠାରୁ ଧାନ କିଣାଯିବ ବୋଲି ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏଁ ଏହି ପ୍ରତିଶ୍ରୁତି ପାଳନ ହୋଇନାହିଁ। ଆଗାମୀ ୭ ଦିନ ମଧ୍ୟରେ ସେମାନଙ୍କ ଠାରୁ ପ୍ରତିଶ୍ରୁତି ମୁତାବକ ଧାନ ନକିଣିଲେ, ସେମାନେ ରାସ୍ତା ଉପରେ ଧାନ ନେଇ ଧାରଣାଦେବା ସହ ଜେଲ୍ଭର ଆନ୍ଦୋଳନ କରିବେ।

ସମ୍ବନ୍ଧିତ ଖବର