ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏନସିଆରଟି ଦ୍ବାରା ପ୍ରକିଶିତ ସିବିଏସସିର ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ପାଠ୍ୟପୁସ୍ତକରେ କଳାହାଣ୍ଡି ର ଛବି କୁ ବିକୃତ କରି ଲେଖାଯିବା ଘଟଣାକୁ ଆଜି ଘୋର ନିନ୍ଦା କରାଯାଇଥିଲା । ଏହାସହ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) ର ନିର୍ଦ୍ଧେଶକ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ନବେ ଦଶକରେ ସାମ୍ବାଦିକ ପି. ସାଇନାଥ ରିସର୍ଚ୍ଚ କରି 'ଏଭ୍ରିବଡି ଲଭସ୍ ଏ ଗୁଡ ଡ୍ରଟ' ବହି ଲେଖିଥିଲେ । ସେ ବହିରୁ ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ସମ୍ପ୍ରଦାୟର ଜଣେ ମହିଳାଙ୍କ ଫଟୋ ଛପାଯିବା ସହ କଳାହାଣ୍ଡି ର ଛବି କୁ ଦାରିଦ୍ର୍ୟ ଓ ଭୁକମରି ର ଭୂଖଣ୍ଡ ଭାବେ ଚିତ୍ରଣ କରାଯାଇଛି । କଳାହାଣ୍ଡିର ସ୍ବାଭୀମାନ ପ୍ରତି ଆଞ୍ଚ ଆସୁଥିବା ବିଷୟକୁ ବହିରୁ ନ ହଟାଇଲେ ଆନ୍ଦୋଳନ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ସହ ଆବାହକ ଅବିନାଶ ଠାକୁର, ବରିଷ୍ଠ ଆଇନଜୀବି ଭବେନ୍ଦ୍ର ପଣ୍ଡା, କମିଟି ସଦସ୍ୟ ଅଶ୍ବୀନି କୁମାର ଦାସ, ମଣ୍ଟୁ ନାଏକ, ଜୟଶଙ୍କର ନାଏକ, ରାଜେନ୍ଦ୍ର ମୁଣ୍ଡ, ସତ୍ୟ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।
ଏନସିଇଆରଟି ପାଠ୍ୟପୁସ୍ତକରେ କଳାହାଣ୍ଡି ବାବଦରେ ଭ୍ରମାତ୍ମକ ତଥ୍ୟ ଦେବା ଘଟଣା: କଳାହାଣ୍ଡିର ସ୍ୱାଭିମାନକୁ ଆଞ୍ଚ ଆସୁଥିବା ଅଭିଯୋଗ
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନସିଆରଟି ନିର୍ଦ୍ଧେଶକଙ୍କୁ ଦାବିପତ୍ର
/sambad/media/post_attachments/wp-content/uploads/2020/07/IMG-20200720-WA0038.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)