ଶ୍ରୀମନ୍ଦିର ସୁରକ୍ଷା ନେଇ ଦାବିପତ୍ର 

ଖୋର୍ଦ୍ଧା: ଓଡ଼ିଶାର ଧାର୍ମିକ ସଂସ୍କୃତି ଓ ଇତିହାସର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଏବେ ଅସୁରକ୍ଷିତ। ବେଆଇନ ଖନନ ଓ ନିର୍ମାଣ ଦ୍ୱାରା ହଜାର ବର୍ଷର ପୁରାତନ ଦେବାଳୟ ବର୍ତ୍ତମାନ ବିପଦରେ। ଏନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ଏଭଳି ଦାବି କରି ଆଜି ଖୋର୍ଦ୍ଧା ସହରର ବିଭିନ୍ନ ହିନ୍ଦୁ ସଂଗଠନ ଓ ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ବେଲେଶ୍ୱର ସାହୁ, ଶକ୍ତିଶଙ୍କର ମିଶ୍ର, ଦୀପକ ସ୍ୱାଇଁ, ସିଦେ୍ଧଶ୍ୱର ସିଂହ, ଗଗନ ପ୍ରତିହାରୀ ପ୍ରମୁଖ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ବ୍ୟାନରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ସମ୍ପର୍କରେ ସୂଚନା ଦେଇ ବିଶ୍ୱ ହିନ୍ଦୁ ପରିଷଦ ଓ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ସ୍ଥାନୀୟ ସଂଯୋଜକ ଦୀପକ ସ୍ୱାଇଁ କହିଛନ୍ତି ଯେ ନିକଟରେ ପ୍ରତ୍ନତତ୍ୱ ବିଭାଗ ଯାଞ୍ଚ କରିଥିଲା। ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗର ଅଧିକାରୀ ଭି ବିଦ୍ୟାଭାରତୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ନିର୍ମାଣ କରାଯାଉଛି ତାହା ନିଷିଦ୍ଧାଞ୍ଚଳ ସୀମା ମଧ୍ୟରେ ରହିଛି। ମନ୍ଦିରର ପବିତ୍ରତା ଓ ପରମ୍ପରାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ନିର୍ମାଣକାର୍ଯ୍ୟ କରନ୍ତୁ। ଅଧିକାରୀଙ୍କ ଏହି ଉକ୍ତି ରାଜ୍ୟର ହଜାର ହଜାର ଲୋକଙ୍କ ସନ୍ଦେହକୁ ଅଧିକ ଦୃଢ଼ କରିଛି। ଏଣୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସେମାନେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର