ଭଦ୍ରକ: ଭଦ୍ରକରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ମେମୁ ଟ୍ରେନ କରୋନା କଟକଣା ପାଇଁ ବନ୍ଦ ହୋଇଥିଲା। ପରେ ଏହି ଟ୍ରେନ ଭଦ୍ରକରୁ ଯାତ୍ରା ଆରମ୍ଭ ନକରି ବାଲେଶ୍ବରରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଅଭିମୁଖେ ଯାଉଛି। ଏହି ଟ୍ରେନ ବାଲେଶ୍ୱର ଷ୍ଟେସନରୁ ବାହାରି ଭଦ୍ରକ ଷ୍ଟେସନ ରେ ପହଞ୍ଚିଲା ବେଳକୁ ପ୍ରାୟ ସମସ୍ତ ବାରଟି ବଗି ଯାତ୍ରୀ ମାନଙ୍କ ପୂର୍ଣ୍ଣ ହୋଇଯାଉଛି। ଭଦ୍ରକରୁ ଚଢ଼ୁଥିବା ଯାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଭଦ୍ରକ ଷ୍ଟେସନ ହେଉଛି ତିନୋଟି ଜିଲ୍ଲା ଭଦ୍ରକ କେଉଁଝର ଓ କେନ୍ଦ୍ରାପଡ଼ା ଅଞ୍ଚଳର ଶହ ଶହ ଯାତ୍ରୀ ଭଦ୍ରକରୁ କଟକ ଭୁବନେଶ୍ୱର ଯାଉଛନ୍ତି। ସରକାରୀ ଚାକିରିଆ, ରୋଗୀ, ଛାତ୍ରଛାତ୍ରୀ, ଦୈନିକ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ଅଧିକ ନିଜ ନିଜ କାର୍ଯ୍ୟରେ ଏହି ଟ୍ରେନଟିକୁ ଗମନାଗମନର ମୁଖ୍ୟ ମାଧ୍ୟମ ରୂପେ ବ୍ୟବହାର କରିଥାନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସଙ୍ଗଠନ ପ୍ରତିମାସ ରେଳ ରୋକ କରୁଛନ୍ତି। ଭଦ୍ରକବାସୀଙ୍କ ଏତାଦୃଶ ଅସୁବିଧାର ସମାଧାନ ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତ ମଣ୍ଡଳ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନାରେ ମେମୁ ଟ୍ରେନରେ ଅତିରିକ୍ତ ବଗି ବୃଦ୍ଧି, ଭଦ୍ରକ କଟକ ପସେଞ୍ଜର ଟ୍ରେନକୁ ପୁନଃ ପ୍ରଚଳନ କରିବା ଲାଗି ଦାବି କରିଥିଲେ। ମେମୁ ଟ୍ରେନରେ ବଗି ସଂଖ୍ୟା ବାରରୁ ଷୋହଳକୁ ବୃଦ୍ଧି ସହିତ ପୂର୍ବପରି ଭଦ୍ରକ-କଟକ ପାସେଞ୍ଜର ଟ୍ରେନକୁ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସାଂସଦ ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ଭଦ୍ରକରୁ ମେମୁ ଟ୍ରେନ ଯାତ୍ରା ଆରମ୍ଭ କରିବା ଦାବି କରି ବାରବାର ରେଳ ରୋକ କରୁଥିବା ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲାଇ କିନ୍ତୁ ନିଜ ଜିଦରେ ଅଟଳ ରହିଛନ୍ତି। ରେଳ ବିଭାଗ ୪ ଟି ବଗି ଯୋଡ଼ି ଦେଲେ ଚାଲିବ ନାହିଁ। ଭଦ୍ରକରୁ ମେମୁ ଟ୍ରେନ ନ ଚାଲିଲେ ପୁଣି ରେଳ ରୋକ ହେବ। ଜୋରଦାର ହେବ ଆନ୍ଦୋଳନ ବୋଲି ଶ୍ରୀ ପଳେଇ ଗଣମାଧ୍ୟମ ମାଧ୍ୟମରେ ରେଳ ବିଭାଗକୁ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/download-10.jpg)