କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ତିଲେଇମାଲ ଗ୍ରାମପଂଚାୟତ ଧନୁଡିହି ରାଜସ୍ବ ଗ୍ରାମର ମଚାମରା ଏକ ଛୋଟିଆ ହାମଲେଟ। ଏହି ହାମଲେଟରେ ଗତ କିଛି ବର୍ଷ ହେବ ବହୁ ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏପରିକି ଏହି ଗ୍ରାମରେ ରହୁଥିବା କିସାନ ଜାତିର ଲୋକଙ୍କ ଠାରେ ଏହି ରୋଗ ଦେଖାଯାଉନଥିବା ସମୟରେ ଏଠାରେ ବସବାସ କରୁଥିବା ସଂଖ୍ୟା ଲଘୁ ଓରାମ ଲୋକଙ୍କ ମଧ୍ୟରେ ଏହା ଅଧିକ ଦେଖାଦେଇଛି। ଏପରିକି ଏହି ଜାତି ର ପରିବାରରେ ପୁରୁଷ ଶୂନ୍ୟ ହେବାକୁ ଯାଉଥିବା ଏହି ସଂପ୍ରଦାୟର ଲୋକମାନେ ଗ୍ରାମ ପରିଦର୍ଶନ କରି ସମ୍ବାଦକୁ ସୂଚନା ପ୍ରଦାନ କରିଛନ୍ତି।
/sambad/media/post_attachments/wp-content/uploads/2020/11/989225d2-cf05-4e01-a3c8-6805cf8f9369-1024x579.jpg)
ଗୋଦରାପଡା କେଥଲିକ ଚର୍ଚ୍ଚର ଫାଦର ପିଟର ଟେଟେ, ଜନ ଲାକ୍ରା, ତିଲେଇମାଲ ଆଶାଦିଦି ଓ ସ୍ଥାନୀୟ ସିମନ କୁଲୁ, ଜୋସେଫ କେରକେଟା କିଛି ସଂଗଠକ ଏହି ଗ୍ରାମକୁ ପରିଦର୍ଶନ ରେ ଯାଇ ଆଲୋଚନା କରିଥିଲେ। ଅଭିଯୋଗରେ ଏହି ରୋଗରେ ଆକ୍ରାନ୍ତ ହୋଇ ହିଲାରୁସକେରକେଟା, ଟାରିଅସ ଡୁଙ୍ଗଡୁଙ୍ଗ, ଟିନଟୁସ କୁଲୁ, ଏଣ୍ଟୋନି ଡାଙ୍ଗ, ସନ୍ତୋଷ ଡୁଙ୍ଗଡୁଙ୍ଗ, ଇସଡୋର କେରକେଟାଙ୍କ ମୃତ୍ୟୁ ଘଟିଥିବା ସମୟରେ ଗତ ଜୁଲାଇରେ ଆଲବସ ଡୁଙ୍ଗଡୁଙ୍ଗ ୩୫, ଅଗଷ୍ଟରେ ସନ୍ତୋଷ କୁଲୁ ୩୫, ଗତ ସେପ୍ଟେମ୍ବରରେ ସାଗର କୁଲୁ ୩୨ ଓ ଅକ୍ଟୋବରରେ ରୋବର୍ଟ ଟେଟେ ୪୫ ବର୍ଷଙ୍କ ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ ଗୋଟିଏ ଗ୍ରାମର ମୃତ୍ୟୁ ପରେ ଅନ୍ୟ ମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏଣୁ ପ୍ରଶାସନ ପକ୍ଷରୁ ଏକ ସ୍ବାସ୍ଥ୍ୟ ଦଳ ଏହି ସ୍ଥାନକୁ ପରିଦର୍ଶନ କରି ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bf25ce27-e073-413a-b19a-ea3c468c1f55.jpg)