ଏମିତି ବି ଆସେ ମୃତ୍ୟୁ; ମାରଣା ଷଣ୍ଢ ଓ ଟ୍ରକ୍‌ ମିଶି ନେଲେ ଯୁବକଙ୍କ ଜୀବନ

ସୋର: ଆଜି ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା ବେଳେ ବାଲେଶ୍ୱରଜିଲ୍ଲା ଅନ୍ତର୍ଗତ ସୋରସ୍ଥିତ ବାଗୁଡ଼ି ଛକ ନିକଟରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ନେଇ ରାସ୍ତାରେ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଷଣ୍ଢ ରାସ୍ତାରେ ଉଠାଇ କଚାଡ଼ି ଦେଇଥିଲା। ଏହି ସମୟରେ ଦ୍ରୁତଗତିରେ ସେହି ରାସ୍ତାରେ ଆସୁଥିବା ଏକ ଟ୍ରକ୍‌ ଉକ୍ତ ଯୁବକଙ୍କ ଉପର ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଆଜି ବାଗୁଡ଼ି ଛକ ନିକଟରେ ୩ଟି ଷଣ୍ଢ ପରସ୍ପର ମଧ୍ୟରେ ଲଢ଼େଇ ଲାଗି ଥିଲେ। ଏହି ସମୟରେ ସେହି ରାସ୍ତା ଦେଇ  ଜଣେ ଯୁବକ ବାଇକ୍‌ ନେଇ ଯାଉଥିଲେ। ହଠାତ ତିନିଟି ଷଣ୍ଢ ମଧ୍ୟରୁ ଗୋଟିଏ ଉକ୍ତ ଯୁବକଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା ଏବଂ ରାଗରେ ବାଇକ ସହ ଯୁବକଙ୍କୁ ଟେକି କଚାଡ଼ି ଦେଇଥିଲା। ଦୁର୍ଭାଗ୍ୟବଶତଃ ଏହି ସମୟରେ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ଉକ୍ତ ଯୁବକଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଏତେ ବଡ଼ ଖୁସିରେ ଦିନଟାରେ ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତାଙ୍କ ବୟସ ୪୦ବର୍ଷ ପାଖାପାଖି ହେବ।

ସମ୍ବନ୍ଧିତ ଖବର