ପୁଡିଆ ନ ଦେବାରୁ ଦୋକାନୀଙ୍କୁ ଗରମ କ୍ଷୀର ଫିଙ୍ଗିଲା ଯୁବକ

ରାଉରକେଲା: ପୁଡିଆ ନ ଦେବାରୁ ଦୋକାନୀଙ୍କୁ ଗରମ କ୍ଷୀର ଫିଙ୍ଗିଲା ଯୁବକ। ଏଥିରେ ଦୋକାନୀଙ୍କ ଦେହର ପ୍ରାୟ ୩୦ ପ୍ରତିଶତ ଜଳିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ଆଇଡିଏଲ୍ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ସାରନଗରୀ ପୁଷ୍ପା ପାର୍କ ନିକଟରେ ମନୋରଞ୍ଜନ ନାୟକଙ୍କର ଚା’ ଠେଲା ରହିଛି। ପ୍ରତିଦିନ ପରି ଆଜି ସେ ଚା’ ପୁଡିଆ ବିକ୍ରି କରୁଥିଲେ। ଅପରାହ୍ନ  ନବକୃଷ୍ଣନଗରର ଅମୀମ ଗୌଡ ପହଞ୍ଚି ଦୋକାନୀ ମନୋରଞ୍ଜନଙ୍କୁ ପୁଡିଆ ମାଗିଥିଲେ। ମନୋରଞ୍ଜନ ପୁଡିଆ ଦର ବଢ଼ି ଯାଇଛି। ୬ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ଯାହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ  ଉତକ୍ଷିପ୍ତ ହୋଇ ଅମୀୟ ଚା’ ପାଇଁ ବସିଥିବା ଗରମ କ୍ଷୀରକୁ ଦୋକାନୀ ମନୋରଞ୍ଜନ ଉପରକୁ ଫୋପାଡି ଦେଇଥିଲେ। ଫଳରେ ମନୋରଞ୍ଜନଙ୍କ ଦେହର ପ୍ରାୟ ୩୦% ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆର୍ଜିଏଚ୍ ପଠାଇଥିଲେ।

ସମ୍ବନ୍ଧିତ ଖବର