ମିଶନ ଆଶ୍ରାରେ ଥିବା ମାନିସକ ବିକାରଗ୍ରସ୍ତ ମହିଳାଙ୍କ ଟିକାକରଣ

ଖୋର୍ଦ୍ଧା: ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମ ଓ ମାନିସକ ଅନଗ୍ରସରଙ୍କ ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କ ପକ୍ଷରୁ ଟିକାକରଣ କରାଯାଇଛି। ଏହି କ୍ରମରେ ଆଜି ଖୋର୍ଦ୍ଧା ଯାଁଳା ଠାରେ ଥିବା ପିପୁଲସ୍ ଫୋରମ୍ ପକ୍ଷରୁ ପରିଚାଳିତ ବାସହୀନ ମାନସିକ ବିକାରଗ୍ରସ୍ତ ଥଇଥାନ କେନ୍ଦ୍ର ମିଶନ୍ ଆଶ୍ରା ଠାରେ ଥିବା ୪୫ ବର୍ଷରୁ ଉଦ୍ଧ୍ବ ମହିଳା ଅନ୍ତେବାସୀଙ୍କୁ ଟିକା ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ଜଣ ପ୍ରଶିକ୍ଷିତ ସ୍ୱାସ୍ଥ୍ୟସେବା କର୍ମଚାରୀ ଏହି ଟିକା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ କହିଛନ୍ତି ଯେ ଆଜି ୭୦ଜଣ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଟିକା ଦିଆଯାଇଛି। ବଳକା ୧୮୩ ଅନ୍ତେବାସିନୀଙ୍କୁ ଖୁବ୍ କମ୍ ଦିନ ମଧ୍ୟରେ ଟିକା ଦିଆଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକା ପ୍ରସନ୍ନ ମଲ୍ଲିକ, ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ, ପିପୁଲ୍ସ ଫୋରମ୍ର ନିର୍ଦେଶକ ଅଶୋକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର