ମାନସିକ ଅନଗ୍ରସର ମହିଳାଙ୍କ ମାତୃତ୍ବ

କୋରାପୁଟ: ମାନସିକ ଅନଗ୍ରସର ମହିଳାଙ୍କ ମାତୃତ୍ବ। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଗତ ରାତିରେ ଉକ୍ତ ମାନସିକ ଅନଗ୍ରସର ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏବେ ଶିଶୁଟି ଏସଏନସିୟୁରେ ଚିକିତ୍ସିତ ହେଉଛି। ଏବେ ମହିଳା ଜଣଙ୍କୁ ନିକଟସ୍ଥ ଆଶ୍ରୟ ନିବାସରେ ରଖାଯାଇଛି। ମାନବିକତାର ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ଘଟଣାରେ।

ପ୍ରଥମତଃ ଜୟପୁରର ୱେଲକମ ଛକରେ ଏହି ଅନଗ୍ରସର ମହିଳା ବୁଲୁଥିବାବେଳେ ଯୌନ ନିର୍ଯ୍ୟାତନାର ଶିକାର ହୋଇ ଏପରି ସ୍ଥିତି ଭୋଗୁଥିବାବେଳେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ କିଛି ସ୍ବେଚ୍ଛାସେବୀ।

ମିଳିଥିବା ସୂଚନା ମୁତାବକ ଗତବର୍ଷ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଏହି ମହିଳାଙ୍କୁ ଜୟପୁର ୱେଲକମ ଜଙ୍କସନ ନିକଟରେ ଦେଖିବାକୁ ମିଳୁଥିଲା। କରୋନା କାଳରେ ଏହି ମହିଳା ଜଣଙ୍କ ବୁଲାବୁଲି କରୁଥିବାବେଳେ କାହାର ଲୋଲୁପ ଦୃଷ୍ଟିରେ ପଡି ନିର୍ଯ୍ୟାତିତ ହୋଇଥିବା ଆଶଙ୍କା କରାଯାଉଛି। ଏହିପରି ଭାବେ ମାନସିକ ଅନଗ୍ରସର ମହିଳା ଜଣକ ଗର୍ଭବତୀ ହୋଇଥିଲେ।

୧୫ଦିନ ତଳେ ଜୟପୁର ସହର କିଛି ସ୍ବେ ଚ୍ଛାସେବୀ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହିଠାରେ ମହିଳା ଜଣକଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ସେ ମେଡିକାଲ ଗେଟ୍ ନିକଟରେ ପ୍ରସବ ବେଦନ ଭୋଗିଥିଲେ। ଏହାପରେ କିଛି ସରକାରୀ କର୍ମଚାରୀ, ଡାକ୍ତର ଓ ସେଚ୍ଛାସେବୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର