ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତ୍ତି ଛାତ୍ର ସମ୍ବର୍ଦ୍ଧିତ

ଘୁ.ଉଦୟଗିରି: ସ୍ଥାନୀୟ ଏମଏମସିଏଚଟି ପକ୍ଷରୁ ମେଡ଼ିକାଲ ପରିସରରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସମସ୍ତ କୃତ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ଆହୁରି ଉନ୍ନତି କରି ଏହି ଅଞ୍ଚଳର ସୁନାମ ରଖିବା ଲକ୍ଷରେ ଏମଏମସିଏଚଟିର ନିର୍ଦେଶକ ପ୍ରଦୀପ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢୀ, ଡ଼ଃ ସଚିକାନ୍ତ ମିଶ୍ର, ଆଲୋକ ନାୟକ, ଶିକ୍ଷକ ଜିତେନ୍ଦ୍ର ସାମଲ, ମମତରାଣୀ ରାଉତଙ୍କ ସମେତ ସେଇ ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଏଏନଏମ ଏବଂ ଜିଏନଏମ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କୃତ୍ତି ଛାତ୍ର ଶୂୟସ ସାମଲ, ଆୟୁସ ରଥ ଏବଂ ଓମ ପ୍ରକାଶ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ।ଏହା ସହ ସମସ୍ତ କୃତି ଛାତ୍ରଙ୍କୁ ଗୋଟିଏ ମାନପତ୍ର ଟ୍ରଫି ସହ ଆର୍ଥରାଶି ପ୍ରଦାନ କରିଥିଲେ।କୃତ୍ତି ଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ  ପାଇଁ ପାଳକ ମୋହଦୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର