ବାରିପଦା ପୌରାଞ୍ଚଳର ୨୫ ନମ୍ବର ୱାର୍ଡରେ ମାଇକ୍ରୋ ଆକ୍ଟିଭିଟିଜ୍‌ ସେଣ୍ଟର୍‌ ଉଦ୍‌ଘାଟିତ

ବାରିପଦା: ବାରିପଦା ପୌରାଞ୍ଚଳର ୱାର୍ଡ ନଂ-୨୫ ଅନ୍ତର୍ଗତ ରିଫ୍ୟୁଜି କଲୋନିରେ ଆଜି ମାଇକ୍ରୋ ଆକ୍ଟିଭିଟିଜ୍‌ ସେଣ୍ଟର ଉଦ୍‌ଘାଟିତ ‌ହୋଇଯାଇଛି। ୟୁଡବ୍ଲ୍ୟୁଇଆଇ ଯୋଜନାରେ ନିର୍ମିତ ଏହି ମାଇକ୍ରୋ ଆକ୍ଟିଭିଟିଜ୍‌ ସେଣ୍ଟର୍‌କୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦ୍‌ଘାଟନ କରିଛନ୍ତି। ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌରପରିଷଦ ନିର୍ବାହୀ ଅଧିକାରୀ ପି. ଅନ୍ୱେଷା ରେଡ୍ଡି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୋଟ ୫ଲକ୍ଷ ୪୪ ହଜାର ୫ଶହ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ସ୍ଥାନୀୟ ସହରବାସୀ ବିଶେଷ କରି ବସ୍ତି ଅଞ୍ଚଳବାସୀ ବେଶ ଉପକୃତ ହେବେ ବୋଲି ଜଣାପଡ଼ିଛି।

ଏହି କେନ୍ଦ୍ରରେ ବସ୍ତି ବାସିନ୍ଦାଙ୍କ ସାମୁହିକ ବା ଗୋଷ୍ଠୀଗତ କାର୍ଯ୍ୟ ଅନୁଷ୍ଠିତ ହେବା ସହିତ ପିଲା ମାନଙ୍କର ଖେଳିବା ପାଇଁ ସରଞ୍ଜାମ ମଧ୍ୟ ରହିଛି । ଏହାଦ୍ୱାରା ବସ୍ତିଅଂଚଳର ଜନସାଧାରଣଙ୍କ ସାମୁହିକ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରି ଅର୍ଥନୈତିକ ଓ ସାମାଜିକ ଅବସ୍ଥାରେ ସୁଧାର ଆଣିପାରିବା ସହିତ ସହରର ସୌନ୍ଦର୍ଯ୍ୟ କରଣ ଆଦି ବିକାଶ ଦିଗରେ ସହାୟକ ହୋଇ ପାରିବ । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ୱାର୍ଡ ନଂ-୨୮ର ପୂର୍ବତନ କାଉନ୍‌ସିଲର ଦେବାଶିଷ ପାତ୍ରଙ୍କ ସମେତ ପୌରପାଳିକାର କର୍ମଚାରୀ ଓ ସ୍ଥାନୀୟ ହିତାଧିକାରୀ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର