ପୁରୀର ହୋଟେଲ ସୋନା ଇଣ୍ଟରନ୍ୟାସନାଲ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ ଘୋଷିତ

ପୁରୀ : ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ଟଟ ହେବା ପରେ ସହରର ଓ୍ବାର୍ଡ ନଂ୧୧ରେ ଥିବା ହୋଟେଲ ସୋନା ଇଣ୍ଟରନ୍ୟାସନାଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଏହି ଘୋଷଣା ପରେ ହୋଟେଲ ସୋନା ଇଣ୍ଟରନ୍ୟାସନାଲରେ ରହୁଥିବା ଲୋକମାନଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି । ସେହିପରି  ବାହାର ଲୋକଙ୍କୁ ଉକ୍ତ ହୋଟେଲକୁ ଯିବାକୁ ବାରଣ କରାଯାଇଛି । ଅନ୍ତେବାସୀଙ୍କୁ ଅତ୍ୟାବଶ୍ୟକ ଓ ମେଡିକାଲ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ । ସୋମବାର ସକାଳ ୭ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଏହି ନିର୍ଦ୍ଦେଶ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।

 

 

 

 

ସମ୍ବନ୍ଧିତ ଖବର