ଖାଦ୍ୟ ଅଣ୍ଟିଲାନି, ଭୋକରେ ରହିଲେ ୬୬ ଛାତ୍ରଛାତ୍ରୀ

ବିଧାୟକଙ୍କ ହସ୍ତକ୍ଷେପ ପରେ ପହଞ୍ଚିଲେ ଜିଲ୍ଲା ମଙ୍ଗଳ ଅଧିକାରୀ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଧନସୁଲି ଆଶ୍ରମ ବିଦ୍ୟାଳୟରେ ରବିବାର ପିଲାମାନଙ୍କ ପାଇଁ ରନ୍ଧା ଯାଇଥିବା ମଧ୍ୟାହ୍ଣ ଭୋଜନ କମ ପଡ଼ିଯାଇଛି। ଫଳରେ ୬୬ ଜଣ ଛାତ୍ରଛାତ୍ରୀଙ୍କୁ ଭୋକରେ ରହିବାକୁ ପଡିଛି। ଡାବୁଗାଁ ବିଧାୟକ ମନୋହର ରନ୍ଧାରି ବିଦ୍ୟାଳୟ ପରିଦର୍ଶନ ପାଇଁ ପହଞ୍ଚିଥିଲେ। ସରକାର ଆଦବାସୀ ପିଲାଙ୍କୁ ବିଦ୍ୟାଳୟ ମୁହାଁ ହେବା ଲାଗି ବ୍ୟାପକ ଯୋଜନା କରିଛନ୍ତି। ଖାଇବାଠୁ ଆରମ୍ଭ କରି ପାଠ୍ୟ ପୁସ୍ତକ ସବୁ ଯୋଗାଇ ଆସୁଛନ୍ତି। ରହିବା ଲାଗି ହଷ୍ଟେଲର ବ୍ୟବସ୍ଥା କରିବା ସହ ଖାଦ୍ୟପେୟ ଯୋଗାଇଛନ୍ତି କିନ୍ତୁ ପ୍ରକୃତ ପକ୍ଷେ ପିଲାଙ୍କୁ ମିଳୁନାହିଁ।

ରୋଷେଇ କମ କରାଯାଇ ଥିବା ଯୋଗୁଁ ୬୬ ଜଣ ଛାତ୍ରଛାତ୍ରୀ ଭୋକରେ ରହିଥିଲେ। ଏହା ଦେଖି ଉପସ୍ଥିତ ଶିକ୍ଷକମାନଙ୍କୁ ବିଗିଡ଼ିବା ସହ ନିଜସ୍ୱ ଖର୍ଚ୍ଚରେ ଆହାର ଯୋଗାଇବା ପରେ ଡେରିରେ ପିଲାମାନେ ଖାଇବାକୁ ପାଇଥିଲେ। ଏଠାରେ ହଷ୍ଟେଲରେ ୩୦୦ ଜଣ ଛାତ୍ରଛାତ୍ରୀ ରହିବା ଲାଗି ବ୍ୟବସ୍ଥା କରାଯାଇଛି । ରବିବାର ୨୬୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଚାରି ଦିନ ତଳେ ବିଧାୟକ ଉକ୍ତ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଖାଦ୍ୟ ଠିକ ରୂପେ ଦେବା ଲାଗି ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିଥିଲେ। ଆଜି ପୁଣି ଗସ୍ତ କରିବା ଲାଗି କହିବା ସହ ଠିକ ସମୟରେ ବିଦ୍ୟାଳୟରେ ପହଂଚି ଥିଲେ। ଖାଦ୍ୟ ପରଷିବା ସମୟରେ ୬୬ ଜଣ ଚିକେନ୍‌ ଓ ଡାଲି ପାଇ ପାରିନଥିଲେ, ଯାହାକୁ ଦେଖି ବିଧାୟକ ଖୁବ୍ଧ ହେବା ସହ ଉପସ୍ଥିତ ଶିକ୍ଷକମାନଙ୍କୁ ବିଗିଡି ଥିଲେ।

ସରକାର ପିଲାଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା କରିଥିବା ବେଳେ କାହିଁକି କମ ରୋଷେଇ ହେଲା କାରଣ ପଚାରିବା ସହ ସେମାନଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ସେ ପବିତ୍ର ମୋହନ ପ୍ରଧାନ ବିଦ୍ୟାଳୟରେ ପହଂଚି କମ ରୋଷେଇ ହେବା ଦେଖିଥିଲେ। ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାମନ୍ତରାୟ ସ୍ୱାସ୍ଥ୍ୟଗତ କାରଣରୁ ବିଦ୍ୟାଳୟରେ ଅନୁପସ୍ଥିତ ଥିବା କଥା କହିଥିଲେ। ପରେ ବିଧାୟକ ନିଜସ୍ୱ ଖର୍ଚ୍ଚରେ ଡାଲି ଓ ମାଂସ ଅଣାଇ ରୋଷେଇ କରିବା ପରେ ବଳକା ୬୬ ପିଲାଙ୍କୁ ୩.୩୦ ପରେ ଖାଇବାକୁ ଦିଆଯାଇଥିଲା। ଘଟଣାକୁ ନେଇ ବିଦ୍ୟାଳୟ କମିଟି ଗୁରୁତର ସହ ନେବା ସହ ଆଜିର ଉପସ୍ଥିତ ଶିକ୍ଷକଙ୍କ ଲାଗି ଏପରି ହୋଇଥିବା କହିଛନ୍ତି। ତଦନ୍ତ ପରେ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପବିତ୍ର ମୋହନ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର