ଚିନ୍ତା ବଢ଼ଉଛନ୍ତି ପ୍ରବାସୀ, ମୟୂରଭଂଜ ସୀମାରେ କଡ଼ାକଡ଼ି ଚେକିଂ

ସରକାରୀ ଭାବେ ବଢ଼ିଲା ମୃତ୍ୟୁସଂଖ୍ୟା; ୯୩ ଛୁଇଁଲା, ଆଜି ୭୮ କରୋନା ଆକ୍ରାନ୍ତ

ବାରିପଦା: ସରକାରୀ ଭାବେ ଜିଲ୍ଲାରେ ବଢ଼ିଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ଆଜି ଜଣେ ୫୫ ବର୍ଷ ପୁରୁଷଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ତଥ୍ୟ ପ୍ରଦାନ ପରେ ଜିଲ୍ଲାରେ ୯୩ ଛୁଇଁଛି କରୋନା ମୃତ୍ୟୁ। ତେବେ ଏଥିମଧ୍ୟରେ ଜିଲ୍ଲାରେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି। ଲଗାତର ଦ୍ବିତୀୟ ଦିନ ପାଇଁ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ଅଛି। ଆଜି ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫,୩୬୨ରେ ପହଞ୍ଚିଛି । ସେହିପରି ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୬୩୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଆଜି ସୁଦ୍ଧା ୬୩୮ ଜଣ ସକ୍ରିୟ ଥାଇ ଚିକିତ୍ସାଧୀନ ଅଛନ୍ତି। ଏଥି ସହିତ ଜିଲ୍ଲାରୁ ଚଳିତ ମାସରେ କେବଳ ୯୩୭ ପଜିଟିଭ୍‌ କେସ ସମ୍ମୁଖକୁ ଆସିଛି। ତେବେ ଜିଲ୍ଲାକୁ ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହିତ ମହାରାଷ୍ଟ୍ର, ଦିଲ୍ଲୀ ଆଦି ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ପ୍ରବାସୀ ଚିନ୍ତା ବଢ଼ାଉଛନ୍ତି।

ତେବେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ଅନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିଛି। ସେହିପରି ସୀମା ସେପାଖରୁ ଆସୁଥିବା ବିଭିନ୍ନ ଗାଡ଼ିକୁ କଡ଼ାକଡ଼ି ଚେକିଂ କରାଯାଉଛି। ପ୍ରବାସୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଯେପରି ଜିଲ୍ଲାକୁ ହଜାର ହଜାର ପ୍ରବାସୀ ଆସିଥିଲେ, ଚଳିତ ବର୍ଷ ମଧ୍ୟ ସେପରି ହେବାର ସମ୍ଭାବନାକୁ ଏଡ଼ାଇ ଦେଇହେଉନାହିଁ। ତେଣୁ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଉଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶ।

 

ସମ୍ବନ୍ଧିତ ଖବର