ଟ୍ରେନରୁ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ଶୁକ୍ରବାର ରାତିରେ ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନରୁ ଜଣେ ଦାଦନ ଶ୍ରମିକର ମୃତଦେହ ଉଦ୍ଧାର ହୋଇଛି। ମୃତ ଶ୍ରମିକଙ୍କ ନାମ ଆକାଶ ମାରାଣ୍ଡି। ଘର ଝାରଖଣ୍ଡର ଗିରିଦି ଜିଲ୍ଲାରେ ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ, ମୃତ ଆକାଶ ସାଥୀ ଶ୍ରମିକଙ୍କ ସହ ତାମିଲନାଡ଼ୁରୁ ନିଜ ଗ୍ରାମକୁ ଫେରୁଥିଲେ। ବିଶାଖାପାଟଣା ନିକଟରେ ଆକାଶ ଅତ୍ୟଧିକ ଜ୍ଵରରେ ଆକ୍ରାନ୍ତ ହେବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ସାଥୀ ଶ୍ରମିକ ଏ ସଂପର୍କରେ ଟ୍ରେନ୍ ଟିକେଟ୍ ନୀରିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ ଏହା ଭିତରେ ଆକାଶଙ୍କ ମୃତ୍ୟୁ ହୋଇଯାଇଥିଲା। ଟିଟିଇ ଶ୍ରମିକଙ୍କ ମୃତ୍ୟୁ ସଂପର୍କରେ କଣ୍ଟ୍ରୋଲ ରୁମକୁ ଜଣାଇବା ପରେ ରାୟଗଡ଼ା ଷ୍ଟେସନରେ ମୃତ ଶ୍ରମିକଙ୍କୁ ଟ୍ରେନ୍ ଭିତରୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଜିଆରପି ମୃତଦେହକୁ ସାଥୀ ଶ୍ରମିକଙ୍କ ସହ ନିଜ ଘରକୁ ପଠାଇଥିବା ତଦନ୍ତ ଅଧିକାରୀ ଜଗବନ୍ଧୁ ବାରିକ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର