କାର୍ଡ ସ୍ୱାଇପ୍‌ କଲେ ଏଣିକି ଏଟିଏମ୍‌ରୁ ପାଇ ପାରିବେ ଶୁଦ୍ଧ ଗାଈକ୍ଷୀର

ସମ୍ବଲପୁର: ସମ୍ବଲପୁର ସହରର ଯୁବ ବ୍ୟବସାୟୀ ଅଶ୍ୱିନୀ କୁମାର ନାୟକ ମିଲ୍କ ଏଟିଏମ ଆରମ୍ଭ କରିଛନ୍ତି। ଏଟିଏମ କାର୍ଡ ଭଳି ମିଲ୍କ ଏଟିଏମ କାର୍ଡକୁ ସ୍ୱାଇପ୍‌ କଲେ ମେସିନରୁ କ୍ଷୀର ବାହାରୁଛି । ଯାହା କି ଶୁଦ୍ଧ ଗାଈକ୍ଷୀର ବୋଲି ଦାବି କରାଯାଉଛି। ଏହି ମେସିନ ଦ୍ୱାରା ଯୁବ ବ୍ୟବସାୟୀ ଜଣକ ଦିନକୁ ୭୫ଲିଟର କ୍ଷୀର କାରବାର କରୁଛନ୍ତି ।

ସମ୍ବଲପୁର ସାକ୍ଷୀପଡାର ବ୍ୟବସାୟୀ ଅଶ୍ୱିନୀ ନାୟକ ଜଣେ ଆଇଟି ପ୍ରଫେସନାଲ । ଅଶ୍ୱିନୀ ତାଙ୍କ ସାଙ୍ଗଙ୍କ ସହଯୋଗରେ ଦିଲ୍ଲୀରେ ମିଲ୍କ ଏଟିଏମକୁ ନିର୍ମାଣ କରିଛନ୍ତି। ଆଉ ତାଙ୍କ ଫାରମ ହାଉସରେ ଥିବା ୩୦ଗାଈଙ୍କ କ୍ଷୀର ସଂଗ୍ରହ କରି ସମ୍ବଲପୁର ଆଣି ଏହି ମେସିନ ସାହାଯ୍ୟରେ ବିକ୍ରି କରିଥାନ୍ତି ।

ଏଟିଏମ ମେସିନ କ୍ଷୀରକୁ ୪ ଡିଗ୍ରୀରେ ଥଣ୍ଡା ରଖାଯାଇଥାଏ। ଏବଂ ଏହି ଏଟିଏମରୁ କ୍ଷୀର ନେବା ପାଇଁ ଗ୍ରାହକଙ୍କୁ ସ୍ୱତନ୍ତ୍ର ମିଲ୍କ ଏଟିଏମ କାର୍ଡ ଦିଆଯାଇଛି । ମେସିନର ସେନ୍‌ସର ସାମ୍ନାରେ ମିଲ୍କ୍‌ ଏଟିଏମକୁ ରଖିଲେ ମେସିନ ଅନ୍‌ ହେବା ସହ ଗ୍ରାହକଙ୍କ ଡାଟା ସଂଗ୍ରହ କରିଥାଏ । ଏହାପରେ ଗ୍ରାହକ ଏଟିଏମ୍‌ ମେସିନ ବଟମ ପ୍ରେସ୍‌ କଲେ ମେସିନରୁ କ୍ଷୀର ବାହାରି ଥାଏ । ମେସିନରେ ୨୫୦ଗ୍ରାମରୁ ୫ଲିଟର ଯାଏଁ କ୍ଷୀର ସଂଗ୍ରହ କରିବା ପାଇଁ ବଟମ ଉପଲବ୍ଧ ରହିଛି । ମେସିନକୁ ପ୍ରତ୍ୟେକ ଦିନ ଗରମ ପାଣିରେ ଧୂଆ ଯିବା ସହିତ ହାଇଜେନିକ୍‌ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଥାଏ । ଏମିତିକି ଗ୍ରାହକଙ୍କ କାର୍ଡରେ କେତେ ଟଙ୍କା ବାଲାନ୍‌ସ ଅଛି ତାହା ବି ମେସିନ ଗ୍ରାହକଙ୍କୁ ସୂଚାଇ ଦେଉଛି ।

ସମ୍ବନ୍ଧିତ ଖବର