କୋରାପୁଟ: ଦିନକୁ ଦିନ କୋଡିଙ୍ଗାମାଳି ଖଣି ଅଞ୍ଚଳରେ ବିବାଦ ବଢିବାରେ ଲାଗିଛି। ଆଜି ଏହା ଆସି କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି। କୋଡିଙ୍ଗାମାଳି ଖଣି ଖନନ ସମର୍ଥକ ଗୋଷ୍ଠୀଙ୍କ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି। ଖଣି ଖନନ ଓ ପରିବହନ କରୁଥୁବା କମ୍ପାନି ପକ୍ଷରୁ ପ୍ରଭାବିତ ଅଂଚଳର ଲୋକଙ୍କୁ ପ୍ରତି ମାସରେ କିଛି ଆର୍ଥିକ ସହୟତା ଦିଆଯାଉଛି। କିଛି ଲୋକଙ୍କୁ ସହାୟତା ରାଶି ବଣ୍ଟନ କରି ଅଂଚଳରେ ଗଣ୍ଡଗୋଳ କରାଯାଉଥିବାରଅ ଅଭିଯୋଗ ଆଣିଥିଲେ ଖଣି ବିରୋଧି ଗୋଷ୍ଠୀ।
ଏହି ଅଭିଯୋଗ କ୍ରମେ ଗତ କିଛିଦିନ ହେଲା ଲୋକଙ୍କୁ ଆର୍ଥିକ ସହୟତା ବଣ୍ଟନ ବନ୍ଦ କରିଦିଆଯାଇଥିଲା। ଆର୍ଥିକ ସହୟତା ରାଶି ପୂର୍ବ ଭଳି ବଣ୍ଟନ କରିବା ଦାବିରେ ଖଣି ପ୍ରଭାବିତ ଅଂଚଳର ଶତାଧିକ ଲୋକେ ପ୍ରତିବାଦ ରାଲି ବାହର କରିଥିଲେ। ରାୟଗଡ ଛକରୁ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଡେପୁଟି କଲେକ୍ଟରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
କୋଡିଙ୍ଗାମାଳି ଖଣିରୁ ଖଣି ଖନନ ଓ ପରିବହନକୁ ନେଇ ସପକ୍ଷ ଓ ବିପକ୍ଷ ଲୋକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଟଣାଓଟରା ଜାରି ରହିଛି। ଖଣି ଖନନକୁ ବିରୋଧ କରୁଥିବା ଲୋକଙ୍କୁ କମ୍ପାନି କୌଣସି ସହାୟତା ଦେଉ ନ ଥିବାବେଳେ ଖଣି ଖନନକୁ ସମର୍ଥନ ଦେଉଥିବା ପରିବାରଙ୍କୁ ସହାୟତା ଦିଆଯାଉଛି। ଏହାକୁ ବିରୋଧ କରି ବିରୋଧି ଗୋଷ୍ଠୀ ଏହାର ବିରୋଧ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାପରେ ମାସିକ ସହୟତା ରାଶି ବଣ୍ଟନ ବନ୍ଦ ହୋଇଯାଇଛି। ଲୋକଙ୍କୁ ତୁରନ୍ତ ପୂର୍ବ ଭଳି ସହାୟତା ରାଶି ବଣ୍ଟନ କରିବାନେଇ କମ୍ପାନିକୁ ନିର୍ଦେଶ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ତୁରନ୍ତ କାର୍ଯ୍ୟକାରି କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇ ଚକ ଅଖ ବନ୍ଦ କରିବାକୁ ପ୍ରଭାବିତ ଅଂଚଳର ଲୋକେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kpt-kodingamali.jpg)