ଚାନ୍ଦବାଲି: ଭଦ୍ରକ ଧାମରା ରେଳପଥରେ କୋଇଲା ଚୋରି ପୁଲିସ ପାଇଁ ଏକ ଚ୍ୟାଲେ ସୃଷ୍ଠିି କରିଛି। ଗତ ସପ୍ତାହରେ କୋଇଲା ମାଫିଆମାନେ ଖେରଙ୍ଗ ପଳାଶପୁର ଗାଁ ନିକଟରେ ଖୋର୍ଦ୍ଧା ରେଲେୱ ପୁଲିସକୁ ମରଣାମତ୍କ ଆକ୍ରମଣ କରି ମାଫିଆ ମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇଥିଲେ। ଯାହାର ଜବାବ ଦେବାକୁ ଯାଇ ପୁଲିସ ବାହିନୀ ସବୁଠି କଢ଼ା ପହରା ଦେଇଥିବା ବେଳେ ଗତକାଲି ବାଂଶଡ଼ା ଥାନା ଅଧିନ କରମାଳ ପଂଚାୟତ ସରସ୍ୱତୀ ଗାଁ ନିକଟରେ ଦୁଇ ଗୋଟି ପିକ୍ଅପ କୋଇଲା ବୋଝେଇ ହୋଇ ଇଟା ଭାଟି ମାଲିକଙ୍କୁ ବିକ୍ରି ଉଦ୍ଦେଶ୍ୟରେ ବାହାରିଥିବା ବେଳେ ଖବର ପାଇ ବାଂଶଡ଼ା ଥାନା ଅଧିକାରୀ କରୁଣାକର ରାଉତ ଏବଂ ଏ.ଏସ.ଆଇ ସ୍ୱର୍ଣ୍ଣଲତା ସାହୁ ସଦଳେ ବଳେ ପହଁଚି ଦୁଇ ଗୋଟି ଗାଡ଼ି ଓଡ଼ି.୨୨ଏସ.୦୮୧୧ ଏବଂ ଓଡ଼ି ୨୨ଏନ ୭୭୮୬ ପିକ୍ଅପକୁ ଜବତ କରିଥିବା ବେଳେ ଦୁଇ ଡ଼୍ରାଇଭରକୁ ଗିରଫ କରିଛନ୍ତି।
ଗାଡ଼ିରେ ବୋଝେଇ ହୋଇ ରହିଥିବା ୭୦ କ୍ୟୁଇଂଟାଲ ଚୋରା କୋଇଲାକୁ ଜବତ କରିଛି। ଏଥିସହିତ ଦୁଇ ଗୋଟି ମାମଲା ରୁଜୁ କରିଛି ଥାନା କେଶ ନମ୍ବର ୬୫/୨୧ମୂଳେ ଡ୍ରାଇଭର ବଜରାପୁର ଗ୍ରାମର ଗଜେନ୍ଦ୍ର ପରିଡ଼ା ଗିରଫ ହୋଇଥିବା ବେଳେ, କେଶ ନମ୍ବର ୬୬/୨୧ କେଶ ମୂଳେ ଗୁଆଁଶୁଳ ଗ୍ରାମର ସୁରେନ୍ଦ୍ର ଭୋଇ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ତେବେ ଏହି ଚୋରି ରାକେଟରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ପ୍ରତି ପୁଲିସ କଠୋର ପନ୍ଥା ଅବଲମ୍ବନ କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/IMG-20210304-WA0014.jpg)