ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ କୁମାରବସ୍ତ ଠାରେ ଏକ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରି ପୁଲିସ ଜଣେ ଅଭିଯୁକ୍ତଙ୍କୁ ଜବତ କରିବା ସହ ପଥର କାଟିବା ପାଇଁ ବ୍ୟବହୃତ ସାମଗ୍ରୀ ଓ ଟ୍ରକ ଜବତ କରିଛି। ଟାଉନ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ସୂଚନାପାଇ ପୁଲିସ ଗତ ୧୮ ତାରିଖରେ ଉକ୍ତ ବେଆଇନ ଖଣିରେ ଚଢ଼ଉ କରିଥିଲା।
Sambadଖଣି ନିକଟରୁ ପଥର ଚାଲାଣ ପାଇଁ ବ୍ୟବହୃତ ହେଉଥିବା ମାଙ୍କଡ଼ା ପଥର ଭର୍ତ୍ତି ଟ୍ରକ୍ (ଓଆର୍ ୦୯ଇ ୯୫୩୩), ଦୁଇଟି ପାୱାର ଟିଲର, ପଥର କାଟିବା ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା। ଏନେଇ ୧୩୧/୨୦୨୨ରେ ଏକ ମାମଲା ରୁଜୁ କରିବା ସହ ଚନ୍ଦକା ଥାନା ଗଙ୍ଗପଡ଼ାର ଶ୍ରୀକାନ୍ତ କୁମାର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/beaina-Mankada-pathar-khani-chadhau-Khordha-2.jpeg)